logo

ପଞ୍ଚମ ଶ୍ରେଣୀ ମେଧାବୃତ୍ତି ସଫଳ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା।

ପଞ୍ଚମ ଶ୍ରେଣୀ ମେଧାବୃତ୍ତି ସଫଳ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା।

ପାଟଣା :୧୮/୨, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ଶୁଣ୍ଢିପଶି ନୂତନ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଝୁମାରାଣୀ ମହାନ୍ତ ପଞ୍ଚମ ଶ୍ରେଣୀ ମେଧା ବୃତ୍ତିରେ ସଫଳତା ପାଇଥିବାରୁ ତାରିଖ ୧୮/୦୨/୨୦୨୬ ରିଖ ବୁଧବାର ବିଦ୍ୟାଳୟ ପରିସରରେ ପୁଷ୍ପଗୁଚ୍ଛ, ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ପାଟଣା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ୍ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ବ୍ଳକ୍ ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ସେଠୀ, ପ୍ରକାଶ ଚନ୍ଦ୍ର ରାଓ, ତୁରୁମୁଙ୍ଗ। କ୍ଲଷ୍ଟର ସଂଯୋଜକ ଲିପଟନ ସାହୁ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନ୍ଦ୍ର କୁମାର ମହାନ୍ତ ଓ ଶିକ୍ଷକ ନକୁଳ ଚନ୍ଦ୍ର ପାତ୍ର ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ରମେଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ ବେଳେ ଶିକ୍ଷୟତ୍ରୀ ଉର୍ମିଳା ତ୍ରିପାଠୀ, ଅଞ୍ଜନା ତନ୍ତୀ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଛାତ୍ର ଅଭିଭାବକ ଉପସ୍ଥିତ ଥିଲେ ।

ଖଣ୍ଡାଧାର ନିଉଜ- ବିଜୟ ରତ୍ନ ପତିଙ୍କ ରିପୋର୍ଟ।

12
873 views