logo

ଚମ୍ପୁଆ ବ୍ଲକ ପ୍ରଶାସନ ନାମରେ ସଂଙ୍ଗୀନ ଅଭିଯୋଗ ପି.ସି ନେଲେ, ବିଲ ଦେଲେ ନାହିଁ।

ଚମ୍ପୁଆ ବ୍ଲକ ପ୍ରଶାସନ ନାମରେ ସଂଙ୍ଗୀନ ଅଭିଯୋଗ ପି.ସି ନେଲେ, ବିଲ ଦେଲେ ନାହିଁ।

ଚମ୍ପୁଆ , ୧୭ / ୦୨ (ହେମନ୍ତ କୁମାର ମହାନ୍ତ) ଓଡିଶା ସରକାର ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚମ୍ପୁଆ ବ୍ଳକରେ କିନ୍ତୁ ତାର ଓଲଟା ପ୍ରତିଫଳନ ଦେଖ‌ିବାକୁ ମିଳୁଛି । ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ ପାଇଁ କେତେବେଳେ ନିମ୍ନମାନର କାମକୁ ନେଇ ଅଭିଯୋଗ ଆସୁଛି ତ କେତେବେଳେ ଅଧାପନ୍ତରିଆ କାର୍ଯ୍ୟକୁ ନେଇ ଚର୍ଚ୍ଚା ହେଉଛି । ଚମ୍ପୁଆ ବ୍ଲକ ଦଲାଲ କବଜାରେ ରହିଥ‌ିବା ହେତୁ ସରକାରୀ ଯୋଜନା ସବୁ ଅଧିକାରୀଙ୍କ ପକେଟ ଗରମ କରୁଥିବା କଥା ହାଟରୁ ଯାଇ ବାଟରେ ଗଡୁଛି । ସେହିପରି ଏବେ କର୍ତ୍ତୃପକ୍ଷ ଙ୍କ ପି.ସି କାରବାରକୁ ନେଇ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ , କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜଜପଶି ପଞ୍ଚାୟତର ଜଜପଶି ଗ୍ରାମରେ ଆର୍ଥିକ ବର୍ଷ ୨୦୨୪ - ୨୦୨୫ ରେ ଗ୍ରାମବାସୀଙ୍କ ଅବସର ବିନୋଦନ ପାଇଁ ହୋଇଥ‌ିବା ପାର୍କର ଉନ୍ନତି କରଣ ପାଇଁ ଅଟକଳ ୪ ଲକ୍ଷ ୨୫ ହଜାର ଟଙ୍କା ଅନୁଦାନ ଦିଆଯାଇ ୧ – ୯ – ୨୦୨୫ ରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟର କାର୍ଯ୍ୟାଦେଶ ଚମ୍ପୁଆ ପଞ୍ଚାୟତ ସମିତି ନାମରେ ଥିବାବେଳେ କାର୍ଯ୍ୟ କରିବା ପାଇଁ ବିଭାଗ ପକ୍ଷରୁ ଜଜପଶି ଗ୍ରାମର ଜଗଦିଶ ମହାନ୍ତଙ୍କୁ ନିର୍ଦେଶ ଦିଆ ଯାଇଥିଲା । ତେବେ ଜଗଦିଶ ଏହି କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିଥିଲେ ସୁଦ୍ଧା ତାଙ୍କୁ କାର୍ଯ୍ୟର ବିଲ ପ୍ରଦାନ କରାଯାଇ ନଥିଲା । ସେ ବ୍ଲକ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ଜେ.ଇ ସୁବୋଧ କୁମାର ବେଉରିଆ କୁ ବାରମ୍ଵାର କାର୍ଯ୍ୟର ବିଲ କରିବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା ସେ କୌଣସି କର୍ଣ୍ଣପାତ କରି ନଥିଲେ । ଶେଷରେ ତାଙ୍କୁ ସମସ୍ତ ଭାଉଚର ସହ ପି.ସି ବାବଦକୁ ୬୦ ହଜାର ଟଙ୍କା ପଇଠ କଲେ ଯାଇ ବିଲ ହେବ ବୋଲି କହିଥିଲେ । ଫଳରେ ନିଜର ପୁଞ୍ଜି ଫସିଥ‌ିବା ହେତୁ ଠିକାଦାର ଜଗଦିଶ ବାଧ୍ୟ ହୋଇ ପି.ସି ଦେଇଥିଲେ । କିନ୍ତୁ କର୍ତ୍ତୃପକ୍ଷଙ୍କୁ ୬୦ ହଜାର ଟଙ୍କା ଦେବାର ତିନିମାସ ବିତି ଯାଇତିଲେ ମଧ୍ୟ ଏପର୍ଯ୍ୟନ୍ତ କର୍ତୃପକ୍ଷ ବିଲ ପ୍ରଦାନ କରି ନାହାନ୍ତି । ଯାହାକୁ ନେଇ ଠିକାଦାର ଜଗଦିଶ ମହାନ୍ତ ତା ୧୬/୨/୨୦୨୬ ତାରିଖ ଦିନ ଚମ୍ପୁଆ ବ୍ଲକ ପରିସରରେ ହୋଇଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଙ୍କ ଦ୍ବାରସ୍ଥ ହୋଇଛନ୍ତି।

(ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ; ସୌଜନ୍ୟ: ଖଣ୍ଡାଧାର ନିଉଜ)

12
1072 views