logo

କଣ୍ଟାଝାରୀ ଗ୍ରାମରେ ୬୫ତମ ଅଷ୍ଟପ୍ରହରୀ ନାମଯଜ୍ଞ।

କଣ୍ଟାଝାରୀ ଗ୍ରାମରେ ୬୫ତମ ଅଷ୍ଟପ୍ରହରୀ ନାମଯଜ୍ଞ।

ଯାଜପୁର ୧୭/ ୦୨ କୋରାଇ ବ୍ଲକ୍ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତ କଣ୍ଟାଝାରୀ ଗ୍ରାମରେ ନିଷ୍ଠାର ସହ ୬୫ତମ ଅଷ୍ଟପ୍ରହର ନାମଯଜ୍ଞ ୩ ଦିନ ବ୍ୟାପି ଅନୁ ଷ୍ଠିତ ହୋଇଯାଇଛି । ରବିବାର ଦିନ ଅଧ୍ବବାସ ଓ ସୋମବାର ରାତି ନାମଯଜ୍ଞ ହୋଇଛି । ମଙ୍ଗଳ ବାର ସଂକୀର୍ତ୍ତନ ଦଳ ଆସି ନଦିଆ କିର୍ତ୍ତନ ତାଳେତାଳେ ନଗର ପରିକ୍ରମା କରିଥିଲେ । ଏଥିରେ ଅନେକ ଶ୍ରଦ୍ଧାଳୁ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ କୃଷ୍ଣ ପ୍ରେମରେ ବିଭୋର ହୋଇଥିଲେ । ବିଭିନ୍ନ ଗ୍ରାମରୁ ଆସିଥିବା ଭକ୍ତ ନଦିଆ କୀର୍ତ୍ତନ ସହ ଉଦଣ୍ଡ କାର୍ଜନ କରିଥିଲେ । ସଙ୍କୀର୍ତ୍ତନ ଦଳ କୋରେଇଗାଡ଼ିଆ, ପଦ୍ମପୋଖରୀ, ବେନୁପୁର ଶହ ଶହ ଗୌର ଭକ୍ତ କଣ୍ଟାଝାରୀ ଗ୍ରାମ ପରିକ୍ରମା କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଥିଲେ । କଣ୍ଟାଝାରୀ ସଙ୍କୀର୍ତ୍ତନ ଦଳର କର୍ତ୍ତା ମୀନକେତନ ମଲ୍ଲିକ ଦଧୂହାଣ୍ଡି ଭାଙ୍ଗି କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।ନିରଞ୍ଜନ ଜେନା, ବଳରାମ ଜେନା, ଜିତୁ ଜେନା, ଅଞ୍ଜନ ଜେନା,ବିଜୟ ମଲ୍ଲିକ, ପ୍ରତାପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ଚିକୁନୁ ମଲ୍ଲିକ, କାର୍ତ୍ତିକ ଦାସ ସମେତ ସମସ୍ତ ଗୌର ଭକ୍ତ ନିଷ୍ଠାର ସହ ଉପସ୍ଥିତ ରହି ସହଯୋଗ କରିଥିଲେ ଏବଂ ସନ୍ଧ୍ୟା ସମୟରେ ସଂକୀର୍ତ୍ତନ ଦଳ,ଗ୍ରାମ ବାସି ପାଖାପାଖି ପାଞ୍ଚ ସହ ଲୋକ ପ୍ରସାଦ ସେବନ କରିଥିଲେ।

(ବିଜୟ ଜେନା ଙ୍କ ରିପୋର୍ଟ, ସୌଜନ୍ୟ- ଖଣ୍ଡାଧାର ନିଉଜ)

6
664 views