ମହାଶିବରାତ୍ରି - ସୁଭାଗିନୀ ସିଂହ ଙ୍କ ଦ୍ଵାରା ରଚିତ କବିତା।
ମହାଶିବରାତ୍ରି
ଫାଲଗୁନ ର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ
ପାଳିତ ମହାଶିବରାତ୍ରୀ
ପୂଜାଅରଚନା କରି ଭକତ
ପାଳି ଉପବାସେ ବ୍ରତ ।
ଦୁଦୁରା ,ଗୟସ, ବେଲ ପତର
ପ୍ରଭୁଙ୍କ ର ପ୍ରିୟ ଅତି
ଫଳ ପୁଷ୍ପ ଆଦି କରି ସମର୍ପଣ
ହୁଅନ୍ତି ମହେଶ୍ବର ପ୍ରସନ୍ନ।
ଲକ୍ଷ ଲକ୍ଷ ଭକ୍ତ ପୂଜାରେ ନିମଗ୍ନ
ଭକ୍ତି ଶ୍ରଦ୍ଧା ନିଷ୍ଠା ମନେ
ନମଃ ଶିବାୟ ମନ୍ତ୍ର କରି ଗାନ
ହୃଦୟ ରେ ସମର୍ପଣ ।
ମନ ହୃଦୟ ବିଶ୍ବାସ ରେ ଭରେ
ପ୍ରଭୁ ପାଶେ ଦୀପ ଜାଳି
ସ୍ମରଣ କରି ହୃଦୟେ ଭୋଳେଶ୍ବର
କରନ୍ତି କୋଟି ଜୁହାର ।
ଶିବ ଅଷ୍ଟସମ୍ଭୁ ବାର ଜ୍ୟୋତିର୍ଲିଙ୍ଗ
ଜଗତେ ନାମ ପ୍ରଚାରିତ
ଭକତ ର ଦୁଃଖ କରି ଥାଅ ଦୂର
ଆହେ ପ୍ରଭୁ ମହେଶ୍ୱର ।
ଅମାବାସ୍ୟା ରାତ୍ରୀ ଶିବଙ୍କ ରାତ୍ରୀ
ଜାଳି ଦୀପ ଘୃତ ବତୀ
ମନରେ ସକାରାତ୍ମକ ଭାବନା ରେ
ପ୍ରଭୁ ନାମେ କଟେ ରାତି ।
ରହି ଉଜାଗର ଜାନେ ସେ ଜାଗର
ଲଭିଥାଏ କୋଟି ପୂଣ୍ୟ
ଏ ଭବ ସଂସାର ରୁ ମୁକତି ପାଏ
ଜୀବନ ଟା ତାର ଧନ୍ୟ ।
ପ୍ରତି ଶୈବପୀଠ ଦୀପ ଆଲୋକ ରେ
ଉଠେ ମହାଦୀପ ଜ୍ୟୋତି
ରହି ଉଜାଗର ରାତି ପାଳନ ଶିବରାତ୍ରି
ସବୁରି ହୃଦୟ ରେ ଭକ୍ତି ।
ପ୍ରଭୁ ମହାଦେବ କରନ୍ତୁ ଆଶିଷ
ପ୍ରତି ଭକତ କୁ ବାରେ
ପ୍ରଭୁଙ୍କ ଚରଣେ ସେବି ଯାଉ ଦିନ
ପ୍ରଣିପାତ ଜଣାଏ କରେ ।
ଶ୍ରୀମତୀ ସୁଭାଗିନୀ ସିଂହ
ବଡଝରା, ପର୍ଜଙ୍ଗ, ଢେ଼ଙ୍କାନାଳ
ପ୍ରକାଶନୀ: ସୌଜନ୍ୟ ଡମ୍ବରୁଧର ମହାନ୍ତ, ଖଣ୍ଡାଧାର ନିଉଜ।