logo

ମହା ଶିବ ରାତ୍ରି ପାଇଁ ପାଟଣା ଅଞ୍ଚଳ ଚଳ ଚଞ୍ଚଳ।

ମହା ଶିବ ରାତ୍ରି ପାଇଁ ପାଟଣା ଅଞ୍ଚଳ ଚଳ ଚଞ୍ଚଳ।

ପାଟଣା-ମହା ଶିବରାତ୍ରୀ ପାଇଁ ପାଟଣା ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛି।ପାଟଣା ମୁଖ୍ୟାଳୟରେ ପ୍ରାଚୀନ ଆନନ୍ଦେଶ୍ଵର ମନ୍ଦିର ଓ ବୈତରଣୀ ତୀର୍ଥ ରେ ଥିବା ପରମେଶ୍ବର ମନ୍ଦିର ଆଜି ରାତି ୩ ଟାରୁ ମନ୍ଦିର ଦ୍ବାର ଫିଟା ପରେ ନୀତିକାନ୍ତି ସହ ଠାକୁରଙ୍କ ଷୋଡ଼ଶ ଉପଚାର ଶେଷ ହେବା ପରେ ଭୋର୍ ୪ ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିଥିଲା।ଭୋର ସକାଳୁ ଆନନ୍ଦେଶ୍ଵର ମନ୍ଦିରରେ 10 ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିବା ସହିତ ଦୀପ ଓ ଧୂପ ଜାଳି ମହାଦେବଙ୍କୁ ପୂଜା କରିଥିଲେ।ପ୍ରବଳ ଗହଳି ଲାଗିଥିବାରୁ ଏଠାରେ ପାଟଣା ପୋଲିସ୍,ଆଞ୍ଚଳିକ ମହାବିଦ୍ୟାଳୟର ଏନସିସି ଓ ଏନ ଏସ ଏସ ଛାତ୍ରଛାତ୍ରୀ , ବାଳିକା ଉଚ୍ଚ ବିଦ୍ୟାଳୟ, ଜିଏନ ହାଇସ୍କୁଲ ର ସ୍କାଉଟ ଛାତ୍ରଛାତ୍ରୀ ଓ ଡ୍ରାଇଭ୍ ମହାସଂଘ ସଦସ୍ୟ ଏବଂ ଦାରୁବ୍ରହ୍ମ ପ୍ରତିଷ୍ଠା ସଂସ୍ଥାନ ମଲ୍ଲୀପଶି ର ସ୍ବେଚ୍ଛାସେବୀ ମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ।
ମନ୍ଦିର ପୂଜକ ପର୍ଶୁରାମ ପଣ୍ଡା, ନବକିଶୋର ଦାଶ, ନୀଳମଣି ମିଶ୍ର, ଦୋଳଗୋବିନ୍ଦ ମିଶ୍ର, ପ୍ରୀତମ୍ କୁମାର ପଣ୍ଡା, ଦେବେନ୍ଦ୍ର କୁମାର ମିଶ୍ର, ଲିକୁ ଦାଶ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ମାନସ କୁମାର ଦାଶ, ପ୍ରମୁଖ ପୂଜା ଦାୟିତ୍ୱ ତୁଲାଇ ଥିଲେ ।
ଆନନ୍ଦେଶ୍ଵର କମିଟି ପକ୍ଷରୁ ଅଜୟ କୁମାର ଦାଶ, ସନାତନ ଦାସ ,ଅରୁଣ କୁମାର ମିଶ୍ର, ନାରାୟଣ ବାରିକ, ଯୁଗୋଳ କିଶୋର ଦାଶ, ଅଜୟ କୁମାର ବେହେରା, ଶିବ ନାରାୟଣ ମିଶ୍ର, କମଳାକାନ୍ତ ପତି, ସହଦେବ ବେହେରା, ଲକ୍ଷ୍ମଣ ପତି, ସହ ଅନ୍ୟ ସଦସ୍ୟମାନେ ବ୍ୟବସ୍ଥା ପରିଚାଳନା କରୁଛନ୍ତି।ମନ୍ଦିର କମିଟି ତରଫରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା।ଏହା ଛଡା ସକସେସ୍ ଗ୍ରୁପ୍ ପକ୍ଷରୁ ଭକ୍ତ ମାନଙ୍କୁ ଦହି ପାଣି ବଣ୍ଟନ କରିଥିଲେ।ମହା ଶିବରାତ୍ରି ଉପଲକ୍ଷେ ପାଟଣା ଆଖ ପାଖ ଅଂଚଳରେ ଥିବା ସମସ୍ତ ଶିବମନ୍ଦିର ମାନଙ୍କରେ ଦେବଦେଵ ମହାଦେବଙ୍କ ପୂଜାପାଠ ହୋଇ ଥିଲା।ସଲିପଦା ସ୍ଥିତ ଶିବ ମନ୍ଦିର, ସ୍ୱାମସ୍ଥିତ ସମେଶ୍ୱର ମହାଦେବ,ମଲ୍ଲୀପଶି ରେ ମଲ୍ଲିକେଶ୍ୱର ମହାଦେବ,ଧାନବେଣି ଠାରେ ଜଳେଶ୍ବର ମହାଦେବ, ଏରେଣ୍ଡେଇ, ଆସନବାହାଳି, ମିରିଗିଖୋଜି ଓ ଭିମାପଡା ସ୍ଥିତ ମହାଦେବ ମନ୍ଦିର ମାନଙ୍କରେ ସକାଳୁ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ମନ୍ଦିର କମିଟି ଦ୍ୱାରା ଭକ୍ତ ମାନଙ୍କ ନିମନ୍ତେ ସୁବନ୍ଦବୋସ୍ତ କରାଯାଇଥିବା ଦେଖା ଯାଇଥିଲା।

ଖଣ୍ଡାଧାର ନିଉଜ, ବିଜୟ ରତ୍ନ ପତିଙ୍କ ରିପୋର୍ଟ।

1
17 views