logo

ଫାର୍ମ ହାଉସ ଜଙ୍ଗଲରେ ନିଆଁ ପୋଡିଗଲା ମୂଲ୍ୟବାନ ବୃକ୍ଷ।

ଫାର୍ମ ହାଉସ ଜଙ୍ଗଲରେ ନିଆଁ ପୋଡିଗଲା ମୂଲ୍ୟବାନ ବୃକ୍ଷ।

ପାଟଣା:୧୫/୨,ପାଟଣା ବନାଞ୍ଚଳ ଅନ୍ତର୍ଗତ ଗୁଳୁଦିପଶି ନିକଟରେ ଥିବା ଅବସରପ୍ରାପ୍ତ ସୈନିକ ସୁବେଦାର ନାରାୟଣ ବାରିକଙ୍କ ଫାର୍ମ ହାଉସର ଜଙ୍ଗଲ ରେ ନିଆଁ ଲାଗିଯିବାରୁ ଅନେକ ମୂଲ୍ୟବାନ ବୃକ୍ଷ ପୋଡି ଯାଇଛନ୍ତି।ଆଜି ମହା ଶିବରାତ୍ରୀ ଥିବାରୁ ଶ୍ରୀ ବାରିକ ମନ୍ଦିରରେ ସେବା କାର୍ଯ୍ୟ ରେ ଥିଲେ। ମଧ୍ୟାହ୍ନ ରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେବାରୁ ଫାର୍ମରେ ଲାଗିଥିବା ବିଭିନ୍ନ ପ୍ରକାର ଫଳନ୍ତି ବୃକ୍ଷ ପୋଡି ନଷ୍ଟ ହୋଇ ଯାଇଛି।ବିଳମ୍ବରେ ଖବର ପାଇ ଶ୍ରୀ ବାରିକ ଫାର୍ମ ହାଉସରେ ପହଞ୍ଚିବା ବେଳେ ଫାର୍ମ ର ଗଛ ପୋଡି ଯାଇଥିବା ସହ ଗଛକୁ ପାଣି ଦେବା ପାଇଁ ପକା ଯାଇଥିବା ପିଭିସି ଓ ରବର ପାଇପ ଗୁଡିକ ମଧ୍ୟ ପୋଡି ଯାଇଥିବା ଦେଖା ଯାଇଛି।ଏହା ବ୍ୟତୀତ ଆଜି ୬ ଟି ସ୍ଥାନରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ କରାଯାଇଥିବା ସୂଚନା ମିଳିଛି।

ଖଣ୍ଡାଧାର ନିଉଜ, ବିଜୟ ରତ୍ନ ପତିଙ୍କ ରିପୋର୍ଟ।

10
423 views