logo

କେନ୍ଦୁଝର ଲେଖିକା ସଂସଦର ଆଦ୍ୟ ବସନ୍ତ ଆସର।

କେନ୍ଦୁଝର ଲେଖିକା ସଂସଦର ଆଦ୍ୟ ବସନ୍ତ ଆସର।

କେନ୍ଦୁଝର -୧୩/୦୨(ଖଣ୍ଡାଧାର ନିୟୁଜ) କେନ୍ଦୁଝରଗଡ଼ ସ୍ଥିତ ମିଳନୀ ଭବନରେ ଲେଖିକା ସଂସଦ ସଭାପତି ମମତା ରାଣୀ ଦାସଙ୍କ ଅଧ୍ୟକ୍ଷତା ରେ କେନ୍ଦୁଝର ଜିଲ୍ଲା ଲେଖିକା ସଂସଦ ର ଆଦ୍ୟ ବସନ୍ତ ଆସର ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ସମ୍ପାଦିକା ଇନ୍ଦୁମତୀ ପାତ୍ର ସମସ୍ତ ଙ୍କୁ ଆଦ୍ୟ ବସନ୍ତ ର ଶୁଭକାମନା ଜଣାଇ ଥିଲେ। ଜାନୁଆରୀ ୧୮ ରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବ ର ସମୀକ୍ଷା ହୋଇଥିଲା। ସମ୍ପାଦିକା ବାର୍ଷିକ ଆୟ ବ୍ୟୟ ର ହିସାବ ଦେଇଥିଲେ। ପରେ ସଭାପତି ତାଙ୍କ ଅଭିଭାଷଣ ରେ ବସନ୍ତ ର ଆଗମନ ଆମ ମନରେ ଖୁସି ଆଣିଦେଇଛି ଏବଂ ବସନ୍ତ ର ବିଭବ ସମ୍ପର୍କରେ ସୂଚନା ଦେଇ ଥିଲେ । ସହ ସମ୍ପାଦିକା କବୟିତ୍ରୀ ଶୋଭନା ଜେନାଙ୍କ ସଂଯୋଜନା ରେ ଲିପିକା ଦାସ ପଟ୍ଟନାୟକ, ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ରିତାଞ୍ଜଳୀ ସାହୁ, ଜ୍ୟୋତ୍ସ୍ନା ପାଢ଼ୀ, କଲ୍ୟାଣୀ ଚକ୍ରବର୍ତ୍ତୀ, ରତ୍ନ ମଞ୍ଜରୀ ରାଉତ, ଆର୍ଯ୍ୟଵାଳା ମହାପାତ୍ର, ବିଜୟ ଲକ୍ଷ୍ମୀ ମହାନ୍ତି, ସନ୍ତୋଷିନୀ ଦାଶ ଗିରି ପ୍ରମୁଖ ବସନ୍ତକୁ ନେଇ କବିତା ଆବୃତ୍ତି କରିଥିଲେ। ସାଂସ୍କୃତିକ ସମ୍ପାଦିକା ଲିପିକା ଦାସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

5
436 views