logo

ଖବର ଆଜିର, ୧୪ ଫେବ୍ରୁଆରୀ, ଶନିବାର


01-ସରକାର କହିଲେ ୨୦୨୭ ସୁଦ୍ଧା ରାଜ୍ୟର ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକରେ ହେବ କମନ ଇକୋନୋମିକ୍‌ ଜୋନ୍‌।

02-ଏ ବର୍ଷ ଯୁକ୍ତ ତିନି,ପିଜି ନାମଲେଖା ଶିଘ୍ର ହେବ, ଜୁଲାଇ ୧୦ରୁ ପାଠପଢ଼ା ଆରମ୍ଭ ହେବ।

03-ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ଶିବରାତ୍ରି ପ୍ରସ୍ତୁତି। ମୁତୟନ ‌ହେବେ ୩୪ପ୍ଲାଟୁନ୍‌ ପୁଲିସ, ନଜର ରଖିବ ୪୩ ସିସିଟିଭି।

04-ଯୁକ୍ତ ଦୁଇ ପ୍ରଶ୍ନ ପତ୍ର ୧୪ଟି ରୁଟ୍ ରେ ୧୦୮ ଷ୍ଟ୍ରଙ୍ଗରୁମ୍ କୁ ଗଲା। ଗାଡ଼ିରେ ଲାଗିଛି ଜିପିଏସ୍।

05-ପାରାଦୀପରେ ବ୍ଲୁ ଫ୍ଲାଗ ବିଚ୍ ସମୀକ୍ଷା କଲେ ମୁଖ୍ୟ ସଚିବ, ସେପ୍ଟେମ୍ବର ସୁଦ୍ଧା କାମ ସରିବବୋଲି କହିଲେ।

06-ଫେବ୍ରୁଆରୀ ୨୦ରୁ ଆନ୍ଦୋଳନକୁ ଓହ୍ଲାଇବ ଠିକାଦାର ସଂଘ, ଠପ୍ ହୋଇଯାଇପାରେ ସରକାରୀ କାମ।

07-ନବରଙ୍ଗପୁରରେ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା'ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମାଝୀ।

08-କେନ୍ଦ୍ରାପଡା ରାଜନଗର ଅଙ୍ଗନବାଡ଼ି ଅଛୁଆଁ ପ୍ରସଙ୍ଗ ରାଜ୍ୟସଭାରେ ଉଠିଲା। ଜାତୀୟସ୍ତରରେ ଓଡିଶାକୁ ଲଜ୍ଜ୍ୟା।

09-ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ଧାନ କିଣାରେ ମନମାନି, କଟନୀ ଛଟନୀ ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧାନ ଢାଳି ଦେଲେ ଚାଷୀ।

10-ବଲାଙ୍ଗୀର ଜିଲ୍ଲାରେ ଲଘୁ ଖଣିଜ ଚୋରି। ଭାଲୁଡ଼ୁଙ୍ଗୁରି ପାହାଡର ଚଟାଣ ଫଟେଇ ଚାଲିଛି ଲୁଟ।

11-ଗଂଜାମ ଜିଲ୍ଲା ଆସିକା କବିସୂର୍ଯ୍ୟନଗର ରାସ୍ତାରେ ଡି ପଲ ସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଚାଳକଙ୍କ ମୃତ୍ୟୁ।

12-କେନ୍ଦ୍ରାପଡ଼ା ଜିଲ୍ଲା ଥାନା ଅଡ଼ଙ୍ଗ ଅଞ୍ଚଳରେ ୨୧ ବର୍ଷୀୟ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ନୟାଗଡ଼ ଜିଲ୍ଲା ଖଣ୍ତପଡ଼ାରୁ ଗିରଫ।

13-ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଅବକାରୀ ଏଏସ୍‌ଆଇ ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗରେ ଗିରଫ।

14-ବରଗଡ଼ ଜିଲ୍ଲା ଭେଡେନରେ ଅସହାୟ ମହିଳାଙ୍କୁ ଦୁଷ୍କର୍ମ ଏବଂ ଗର୍ଭବତୀ କରାଇବା ଅଭିଯୋଗରେ ବାପ, ପୁଅ ଏବଂ ଜ୍ବାଇଁ ଗିରଫ।

15-ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଧାଖୋଳା ବୋର୍‌ୱେଲ୍‌ରେ ପଡ଼ି ଦେଢ଼ ବର୍ଷ ବୟସର ଶିଶୁକନ୍ୟା ମୃତ।

16-ବାଲେଶ୍ୱର ଜିଲ୍ଲା ବାହାନଗା ଛକରେ ତୀର୍ଥଯାତ୍ରୀ ବସ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢିଯିବାରୁ ଡ୍ରାଇଭର ପୋଲ ତଳକୁ ଖସି ପଡ଼ିଥି ମୃତ।

17-ତିନି ବର୍ଷ ପୂର୍ବେ ବାଲେଶ୍ବରରେ ଯୁବତୀଙ୍କ ସହ ୪ଜଣଙ୍କ ଉପରେ ଏସିଡ୍‌ ମାଡ଼ ଘଟଣାରେ ଦୋଷୀ ଚନ୍ଦନ ରଣାକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ।

18-ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ୨ ସାଇବର ଠକ ଗିରଫ।

19-ଭୁବନେଶ୍ୱର ମଞ୍ଚେଶ୍ୱର ସତ୍ୟବିହାରରେ ପୂଜାର୍ଚ୍ଚନା ପାଇଁ ଯାଇଥିବା ଜଣେ ମହିଳା ଦୀପ ନିଆଁ ସଂସ୍ପର୍ଶରେ ଆସି ପୋଡିହୋଇ ଗୁରୁତର ଆହତ।

20-ରାୟଗଡାରେ ଲାଗିଲା ବ୍ୟାନର। ଆଦିବାସୀଙ୍କୁ ନକ୍ସଲ ସଂଗଠନରେ ରଖି ସବ୍ୟସାଚୀ, ଆଜାଦ, ଉଦୟ ଓ ନିଖିଲ ଅତ୍ୟାଚାର କରୁଥିଲେ।

21-ଖଣି ଖନନ ପାଇଁ କେନ୍ଦୁଝର ଖଣ୍ଡାଧାର ଜଳପ୍ରପାତ ଶୁଖିଥିଲା। ବନ ଅଧିକାରୀ କହିଲେ ଚାଷୀମାନେ ଏମିତି କରିଛନ୍ତି।

22-କେନ୍ଦୁଝର ଯୋଡ଼ା ଓ ସୁନ୍ଦରଗଡରେ ଜଙ୍ଗଲରୁ ହାତୀ ଆସି ଜାତୀୟ ରାଜପଥ ଏବଂ ରେଳପଥ ଉପରେ ବୁଲୁଛନ୍ତି।

23-ଭଦ୍ରକ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର, ମିଳୁନି ମଧୁର ଜଳ। ଅଧିକାଂଶ ପ୍ରକଳ୍ପ ଅଚଳ ହୋଇଗଲାଣି।

24-ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା ୮୬ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

25-ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ ୧ ଓ ୨ ଉଦଘାଟନ ହେଲା। ସେବା ତୀର୍ଥରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ।

26-ଶେୟାର ମାର୍କେଟରେ ୧,୦୪୮ ପଏଣ୍ଟ ଖସିଲା ସେନସେକ୍ସ୍। ଦିନକରେ ଉଡିଗଲା ୭ଲକ୍ଷ କୋଟି।

27-ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କାନାଡ଼ାକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ୟୁଏଇ। ଅଷ୍ଟ୍ରେଲିଆକୁ ହରାଇଲା ଜିମ୍ବାଓ୍ବେ।

28-କଲମ୍ବୋରେ ଆଜି ଭାରତ ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା।

29-ଥାଇଲାଣ୍ଡରେ ମହିଳା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ୟୁଏଇ ମହିଳା ଦଳଠାରୁ ଭାରତ-ଏ ହାରିଲା।

30-ଇରାନ ଅଭିମୁଖେ ଆମେରିକା ପଠାଇଲା ବିରାଟ ଯୁଦ୍ଧ ଜାହାଜ। ଆରମ୍ଭ ହୋଇପାରେ ମହାଯୁଦ୍ଧ।

31-ବାଂଲାଦେଶ ନିର୍ବାଚନରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନପିକୁ ବହୁମତ। ୩୦୦ ରୁ ୧୫୧ ଆସନ ଜିତି ରହମାନ ହେବେ ପ୍ରଧାନମନ୍ତ୍ରୀ।

32-ମାଡାଗାସ୍କରରେ ମୁଖ୍ୟ ବନ୍ଦର ସହର ଟୋଆମାସିନାରେ ତାଣ୍ଡବ ରଚିଲା ବାତ୍ୟା ‘ଗେଜାନିି’, ୩୧ ମୃତ।

*ଗତବର୍ଷ ଏଇ ସମୟରେ*
ରାଜ୍ୟ ସରକାର ଘୋଷଣା କରିଥିଲେ, ୫ ବର୍ଷରେ ୧.୫ ଲକ୍ଷ ଚାକିରି, ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ଲକ୍ଷପତି।

କାର୍ଯ୍ୟକ୍ଷମ ହେବ ତାଳଚେର ଓ ଫୁଲବାଣୀ ମେଡିକାଲ କଲେଜ, କହିଥିଲେ ସରକାର।

ସମ୍ୱିତ୍ ପାତ୍ରଙ୍କୁ ସର୍ବୋଚ୍ଚ ଜେଡ ଶ୍ରେଣୀ ସୁରକ୍ଷା ଆରମ୍ଭ କରିଥିଲେ କେନ୍ଦ୍ର ସରକାର।


ଆଜି ଅନ୍ତର୍ଜାତୀୟ ପୁସ୍ତକ ଦାନ ଦିବସ
ମାତୃପିତୃ ପୂଜନ ଦିବସ
ପୁଲବାମା କଳା ଦିବସ

ଆଜି ଜନ୍ମଦିନ: ବାବର, ମଧୁବାଲା, ସୁଷମା ସ୍ୱରାଜ, ସ୍ୱାମୀ ନିରଞ୍ଜନ ସରସ୍ଵତୀ, ଲୁଲୁ ମହାପାତ୍ର

ଆଜି ତିରୋଧାନ: କ୍ୟାପଟେନ ଜେମସ କୁକ

ଇତିହାସରେ ଆଜି: (୧୫୩୭) ଗୁଜୁରାଟରେ ପର୍ତ୍ତୁଗୀଜ ଭୟରେ ବାହାଦୂର ଶାହର ବୁଡିକରି ମୃତ୍ୟୁ/ (୧୫୫୬) ତେର ବର୍ଷ ବୟସରେ ପଞ୍ଜାବରେ ସମ୍ରାଟ ଅଭିଷିକ୍ତ ହେଲା ଆକବର/ (୧୬୨୮) ଆଗ୍ରା ସିଂହାସନ ଆରୋହଣ କଲା ଶାହାଜାହାନ/ (୧୬୬୩) ଫ୍ରାନସ ଅଧୀନକୁ ଗଲା କାନାଡ଼ା/ (୧୮୮୧) କଲିକତାରେ ଦେଶର ପ୍ରଥମ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଖୋଲିଲା/ (୧୯୨୪) ନ୍ୟୁୟର୍କ ରେ ଆଇବିଏମ ଜନ୍ମ ନେଲା/ (୧୯୯୦) ବାଙ୍ଗାଲୋର ବିମାନ ଦୁର୍ଘଟଣାରେ ୯୦ ମୃତ/ (୨୦୧୯) କାଶ୍ମୀର ପୁଲବାମାରେ ୪୦ ସିଆରପିଏଫ ଯବାନଙ୍କ ମୃତ୍ୟୁ
====================
REPORTER BY - Er. MANAS RANJAN BEHERA, Angul, Odisha
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

3
194 views