logo

ବି. କେ କରଞ୍ଜିଆ ହାଇସ୍କୁଲ ର ୧୯୭୪ ମାଟ୍ରିକ ବ୍ୟାଚ ଛାତ୍ରଙ୍କ ପରିବାର ବନ୍ଧୁ ମିଳନ।

ବି. କେ କରଞ୍ଜିଆ ହାଇସ୍କୁଲ ର ୧୯୭୪ ମାଟ୍ରିକ ବ୍ୟାଚ ଛାତ୍ରଙ୍କ ପରିବାର ବନ୍ଧୁ ମିଳନ।

ଚମ୍ପୁଆ -୧୨/୦୨(ଖଣ୍ଡାଧାର ନିୟୁଜ ) ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ ବ୍ଲକ ର ସର୍ବ ପୁରାତନ ବି. କେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟର ୧୯୭୪ ମସିହା ମାଟ୍ରିକ ବ୍ୟାଚ ଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ଦର୍ଶନୀୟ ସ୍ଥାନ ସରେଇ ର କେଶରୀକୁଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି l କରଞ୍ଜିଆ ହାଇସ୍କୁଲରେ ସେତେବେଳେ ବହୁ ଦୂର ଦୁରାନ୍ତରୁ ଛାତ୍ର ଛାତ୍ରୀ ପିଲାମାନେ ଆସି ଏଠାରେ ଅଧ୍ୟୟନ କରୁଥିଲେ l ଏବେ ସେମାନେ ରାଉଲକେଲା, ବାରିପଦା, କେନ୍ଦୁଝର, ଯୋଡ଼ା, ବଡ଼ବିଲ ରେ ରହି ଆସୁଥିବା ଛାତ୍ର ମାନେ କେଶରୀକୁଣ୍ଡ ଠାରେ ଏକତ୍ରିତ ହୋଇ ଅଧ୍ୟୟନ ସମୟ ର ସ୍ମୃତିଚାରଣ କରିଥିଲେ l ପ୍ରଥମେ ଦିଗମ୍ବତ ଗୁରୁଜୀ ଓ ଛାତ୍ର ମାନଙ୍କ ଉଦ୍ୟେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଆବାହକ ପୁରାତନ ଛାତ୍ର ସୀତାରାମ ମହାନ୍ତ, ବସନ୍ତ ଚୌଧୁରୀ, କ୍ଷେତ୍ରବାସୀ ମହାନ୍ତ ଙ୍କ ତତ୍ଵାବଧାନ ଓ ପ୍ରଚେଷ୍ଟାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପରିବାର ସହିତ ହୋଇ ପାରିଥିବାରୁ ସମସ୍ତେ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହିପରି ପ୍ରତ୍ୟେକ ବର୍ଷ ପରିବାର ସହିତ ବିଭିନ୍ନ ସ୍ଥାନରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ପାଇଁ ସର୍ବ ସମ୍ମତି କ୍ରମେ ଆଲୋଚିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଭାଗିରଥି, ପଦ୍ମଲୋଚନ, ଫକୀର, କ୍ଷେତ୍ରବାସୀ, ରତ୍ନାକର, ଦୁଃଶାସନ, କଳାକାର, ଭୁତନାଥ, ଦୟାନିଧି, ପୁରନ୍ଦର, ବସନ୍ତ, ସୀତାରାମ, ରାସବିହାରୀ, ନରସିଂହ, ସନ୍ତୋଷ, କ୍ଷୀରୋଦ, ଜଗମୋହନ, ରାମଚନ୍ଦ୍ର ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

12
621 views