logo

ତୁମେ ଏ ଦୁନିଆକୁ ଆସିଲାବେଳେ ,କ'ଣ ଆଣି ଆସିଥିଲ?

ତୁମେ ଏ ଦୁନିଆକୁ ଆସିଲାବେଳେ ,କ'ଣ ଆଣି ଆସିଥିଲ?

ଦୁନିଆ ରୁ ଚାଲିଗଲାବେଳେ ,କ'ଣ ବା ନେଇଯିବ?

ଯଦି ଖାଲିହାତରେ ଆସିଛ,ଖାଲିହାତରେ ଫେରିବ,ତାହେଲେ ଏତେ ମୋହ କାହିଁକି?

ଖାଲିଟାକୁ ମୋର ମୋର ହେବାର ଅର୍ଥ କ'ଣ?

ଆରେ ମନୁଆ,ମନ ଟା ତ ନିଜ ଅକ୍ତିଆର ରେ ରହିଛି,
ଏତେ ଭୟ କାହାକୁ?

ଯେତିକିଦିନପାଇଁ ଆସିଛ,ସେତିକି ଦିନ ଟିକେ ଶାନ୍ତିରେ ରୁହ ।

ମରୁଭୂମି ର ମରିଚିକା ପଛରେ ଧାଇଁଲେ,
ଜଳର ସଂଧାନ କ'ଣ ମିଳିବ?

ତାତିଲାବାଲିରେ କେବଳ ପାଦ ପୋଡିଯିବ,
ଧୁଧୁ ଖରା ତାପ ରେ ମଥା ଗରମ ହେବସିନା,ତୃଷା ମେଣ୍ଟିବନି ।

ଗଜଦନ୍ତ ପଲଙ୍କ,ମଖମଲ୍ଲୀ ତୁଳିତଳ୍ପ ବିଞ୍ଛଣା,ହୀରା,ଲିଳାମୋତିମାଣିକ ର ଗହଣା,
ସୁବର୍ଣ୍ଣର ଜରୀଲଗା ପାଟ ମଠା,ସବୁ ରହିଯିବ ଏଇଠି

ସମୟ ଆସିଗଲେ ଠିକଣାଜାଗାକୁ ଫେରିଯିବାକୁ,
ମୁହୂର୍ତ୍ତେ ଲାଗିବନି,
ଯେମିତି ଆସିଥିଲେ ,ବିନା ବସ୍ତ୍ରରେ,ସେମିତି ଫେରିଯିବା

ଶୂନ୍ୟ ହସ୍ତ ଦ୍ୱୟକୁ ଦେଖାଉଥିବା ଏ ଦୁନିଆକୁ
ମୋର ମୋର କହୁଥିବା ଏମନଟି ସତରେ କେଡେ ନିସହାୟ ନା?

ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ପୁରୁଣାବଜାର
କେନ୍ଦୁଝର ।
ମୋବାଇଲ: 87631 58585

19
852 views