logo

ସୁନାଚେନ ଛିନ୍ତାଇ କରି ଧରାପଡ଼ିଲେ ଚୋର



ସୁନା ଚେନ ଛିନତାଇ କୁରୁଥିଲେ। ହେଲେ ଧରାପଡିଗଲେ। ଲୋକଙ୍କଠାରୁ ଉତ୍ତମ ଓ ମଧ୍ୟମ ଖାଇଲେ ଅଭିଯୁକ୍ତ। ବାଲେଶ୍ବର ଜିଲ୍ଲା ଟାଉନଥାନା ଅଧିନ ମାନସିଂ ବଜାର ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ କରୁଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଛନ୍ତି ଜଣେ ଚୋର। ସ୍ଥାନୀୟ ଲୋକେ ଚୋରକୁ ଅଟକ ରଖି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ଟାଉନଥାନା ପୋଲିସକୁ ଖବର ଦେଇଥିଲେ। ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ଏହି ଚୋରି ଘଟଣାରେ ଆଉ କହାର ସଂପୃକ୍ତି ରହିଛି କି ଏନେଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

0
99 views