logo

ରାଜ୍ୟ ସ୍ତରୀୟ କୁଡୁମି ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ।

ରାଜ୍ୟ ସ୍ତରୀୟ କୁଡୁମି ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ।

ପାଟଣା:୧୨/୦୨- ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମରେ ଆଜି ବରିଷ୍ଠ କୁଡୁମି ନେତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭଜୁ ମହାନ୍ତ ସଭାପତିତ୍ୱ କରିଥିଲେ। ବୈଠକରେ କୁଡୁମି ମାନଙ୍କ ପରମ୍ପରା ଓ ସଂସ୍କୃତି କୁ ସୁରକ୍ଷା ଦେବା ସହିତ 'ନେଗାଚାରି'ବ୍ୟବସ୍ଥା କିପରି ବଜାୟ ରହିବ ସେବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଆସନ୍ତା ମାସରେ କୁଆପଶି ଠାରେ ଏକ ବିଶାଳ କୁଡୁମି ସମ୍ମିଳନୀ ହେବା ପାଇଁ ନିଷ୍ପତ୍ତି ହୋଇଥିଲା। ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀ ରେ କୁଡୁମି ଭାଷାର ଶିକ୍ଷାଦାନ ଓ ନେଗାଚାରି ପରମ୍ପରା କୁ କିପରି ପ୍ରଚଳନ ହେବ ସେ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ଆଦିବାସୀ କୁଡୁମି ସମାଜ ର ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତ, ରାଜ୍ୟ ନେଗାଚାରି ପ୍ରମୁଖ ଭରତ ଚନ୍ଦ୍ର ମହାନ୍ତ, ଜିଲ୍ଲା କୁଡୁମି ସମାଜ ସଭାପତି ରାମଚନ୍ଦ୍ର ମହାନ୍ତ, ରାଜ୍ୟ କୋଷାଧ୍ୟକ୍ଷ ଧନେଶ୍ୱର ମହାନ୍ତ, କୁଡୁମି ସଂଗଠକ ଖଗେଶ୍ୱର ମହାନ୍ତ, ଜୟଦେବ ମହାନ୍ତ, ପବିତ୍ର ମହାନ୍ତ, ସାଂସ୍କୃତିକ ସଙ୍ଗଠନ ର ସଭାପତି ଚତୁର୍ଭୁଜ ମହାନ୍ତ, ନରେନ୍ଦ୍ର ମହାନ୍ତ ଙ୍କ ସହିତ ବହୁ ବରିଷ୍ଠ କୁଡୁମି ନେତା ମାନେ ଉପସ୍ଥିତ ଥିଲେ। ହେବାକୁ ଥିବା ରାଜ୍ୟ ସ୍ତରୀୟ କୁଡୁମି ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ପାଇଁ ରାଜ୍ୟ ଉପସଭାପତି ଆହ୍ୱାନ ଦେଇଥିଲେ। ବୈଠକକୁ ଖଗେଶ୍ବର ମହାନ୍ତ ଓ ପବିତ୍ର ମହାନ୍ତ ପରିଚାଳନା ଓ ସଂଯୋଜନା କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

9
845 views