logo

ଜଙ୍ଗଲୀ ହାତୀଙ୍କ ଉତ୍ପାତ, ପାଚେରୀ ଭାଙ୍ଗିଲେ, ପନିପରିବା ନଷ୍ଟ କଲେ।

ଜଙ୍ଗଲୀ ହାତୀଙ୍କ ଉତ୍ପାତ, ପାଚେରୀ ଭାଙ୍ଗିଲେ, ପନିପରିବା ନଷ୍ଟ କଲେ।

କେନ୍ଦୁଝର, ତା୧୧/୨- ଘଟଗାଁ ବ୍ଲକ ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମରେ ଗତକାଲି ଜଙ୍ଗଲୀ ହାତୀପଲ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ସୂଚନା ମିଳିଛି କି ଲୋକଙ୍କ ପନିପରିବା ନଷ୍ଟ କରିବା ସହିତ ପାଚେରି ଭାଙ୍ଗିଛନ୍ତି। ଗ୍ରାମର ବୀରବର ମହାନ୍ତଙ୍କର ଅନେକ କ୍ଷତି ହୋଇଛି। ସେହିପରି ହାତୀପଲ କାଳିଆ ମହାନ୍ତ ଓ ଭାସ୍କର ମହାନ୍ତଙ୍କ ଘର ଭାଙ୍ଗିଛନ୍ତି। ଗ୍ରାମବାସୀ ହାତୀପଲକୁ ଘଉଡ଼ାଇବା ପରେ ହାତୀପଲ ନିକଟବର୍ତ୍ତୀ ଜଙ୍ଗଲରେ ଛପି ରହିଛନ୍ତି। ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ହାତୀପଲକୁ ଘଉଡାଇ ପାରିନାହାନ୍ତି ତେଣୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

37
1140 views