logo

ଆଜିର ଖବର

*ଖବର ଆଜିର, ୧୨ ଫେବ୍ରୁଆରୀ, ଗୁରୁବାର*
====================
ରାଜ୍ୟରେ ସ୍ଥାୟୀ, ଭବିଷ୍ୟତ ଉପଯୋଗୀ ଏବଂ ନାଗରିକ କୈନ୍ଦ୍ରିକ ସହର ଗଠନ ପାଇଁ କାନପୁରର ଫାଉଣ୍ଡେସନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ।

ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଗାଁକୁ ପାଇପ୍‌ ପାଣି ଯୋଗାଇ ଦିଆଯିବ, କହିଲେ ମୁଖ୍ୟମନ୍ତ୍ରୀ ମାଝୀ।

ଆଜି ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟରେ ବସିବେ। ସାଢେ଼ ୯ଟା ସୁଦ୍ଧା କାର୍ଯ୍ୟାଳୟ ଆସିବେ ସରକାରୀ କର୍ମଚାରୀ।

ଆଜି ହେବନାହିଁ ଜିଏନଏମ ପରୀକ୍ଷା।

ଗାଡି ପଲ୍ୟୁସନ ନେଇ ପରିବହନ ମନ୍ତ୍ରୀ କହିଲେ, ଆମେ ଟୋଲ୍ ଗେଟରେ ଫାଇନ୍ କମାଇଦେବୁ।

କଟକର ଟ୍ରାଫିକ୍‌ ସମସ୍ୟା ସମାଧାନ ପାଇଁ ଆଉଟର ରିଙ୍ଗ୍‌ରୋଡ୍‌, ରାଜ୍ୟ ରାଜପଥ ୪ ଲେନ୍‌ ପାଇଁ ଯୋଜନା।

ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ।

କଟକ ମେଡ଼ିକାଲ ଆଇସିୟୁରେ ରୋଗୀ ଆଟେଣ୍ଡାଣ୍ଟଙ୍କୁ ମୋବାଇଲ୍ ମନା। ଅବ୍ୟବସ୍ଥା ଲୁଚାଇବାକୁ ଚେଷ୍ଟା।

ଯାଜପୁର ଜିଲ୍ଲାରେ ଧାନକିଣା ଅବ୍ୟବସ୍ଥା, ଲଘୁ ଖଣିଜ ଲୁଟ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

ବୌଦ୍ଧରେ ରାତିରେ ଘରେ ପଶିଲେ ୧୦ରୁ ଉର୍ଦ୍ଧ୍ବ ଡକାୟତ, ବୋମା ପକାଇ ଭୟଭୀତ କରାଇ ଅଳଙ୍କାର ଓ ନଗଦ ଟଙ୍କା ଲୁଟିଲେ।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣିଙ୍କ ଘରେ ଓ ଅନ୍ୟ ପାଞ୍ଚଟି ସ୍ଥାନରେ ଭିଜିଲାନ୍‌ସ ଚଢ଼ଉ।

ଯାଜପୁର ଜିଲ୍ଲା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା ମଙ୍ଗଳପୁର ସଡ଼କ‌ରେ ବିଦ୍ୟୁତ ଲାଗି ଟ୍ରକ୍ ସହ ଜଳିଗଲେ ଡ୍ରାଇଭର।

ଭୁବନେଶ୍ୱର ନିଳାଦ୍ରି ବିହାରରେ ତ୍ରିକୋଣୀୟ ପ୍ରେମରୁ ଯୁବକକୁ ହତ୍ୟା ମାମଲାରେ ଦିନେଶ ଗିରଫ। ପ୍ରେମିକା ଲିଜା ମୁଖ୍ୟ ସାକ୍ଷୀ।

ସୁନ୍ଦରଗଡ ଲହୁଣୀପଡ଼ାରେ ଛାତ୍ରୀଙ୍କୁ ଦୁଷ୍କର୍ମ କରି ସାହିତ୍ୟ ସାର୍ ଗିରଫ।

ରାୟଗଡ଼ା ପିତାମହଲ ଅଞ୍ଚଳରେ ସଟସର୍କିଟରୁ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି।

ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ ହାଇଦ୍ରାବାଦରୁ ଗାଁକୁ ଫେରୁଛି। ମୃତକ କଳାହାଣ୍ଡି ଜିଲ୍ଲା ଚିଲିଗୁଡ଼ା ଗ୍ରାମର ବାପ ଛେଉଣ୍ଡ ଯୁବକ ବସନ୍ତ ବାଗ (୨୨)।

ମୟୁରଭଞ୍ଜ ଚିତ୍ରଡାରେ ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ଼ଭାଇର ମୃତ୍ୟୁ।

ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ କଣ୍ଟେନରକୁ ଧକ୍କା ଦେଲା କାର୍, ୫ ଆହତ।

ସମ୍ବଲପୁର ଯୁଯୁମୁରା ବ୍ଲକ ଜୟନ୍ତପୁର ହପ୍ରିଆବାହାଲରେ ପୁଣି ଦନ୍ତା ହାତୀ ଆକ୍ରମଣ, ଜଣେ ମୃତ।

ଝାଡଖଣ୍ଡରେ ବିଧାନସଭା ପେପରଲେସ୍‌ ହେବ। ମନ୍ତ୍ରୀ , ବିଧାୟକଙ୍କୁ ମିଳିବ ଟାବଲେଟ୍।

ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ଷଡଯନ୍ତ୍ର ଅଭିଯୋଗ କଲେ ପରିବାର। ଶେଷ ମୁହୂର୍ତ୍ତରେ ବଦଳିଥିଲେ ପାଇଲଟ୍‌।

ବାଣିଜ୍ୟ ଚୁକ୍ତି, ଏପ୍‌ଷ୍ଟିନ୍‌ ଫାଇଲ କଥା ଉଠାଇ ସରକାରଙ୍କୁ ଘେରିଲେ ରାହୁଲ

ଟି୨୦ ବିଶ୍ବ କପ୍ ରେ ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ହରାଇଲା ଦକ୍ଷିଣ ଆମେରିକା। ଇଂଲଣ୍ଡକୁ ୩୦ ରନ୍ ରେ ହରାଇଲା ଓ୍ବେଷ୍ଟ ଇଣ୍ଡିଜ୍। ଆଜି ଭାରତ ନାମ୍ବିଆ ମୁକାବିଲା ସଂଧ୍ୟା ୭ଟାରେ।

ଆମେରିକା ସହ ଭାରତର ଚୁକ୍ତିରେ କାଶ୍ମୀର ଚାଷୀ ଚିନ୍ତାରେ। ଆମେରିକା ଫଳ ଶସ୍ତାରେ ମିଳିବ ଭାରତରେ।

ବାଣିଜ୍ୟ ଚୁକ୍ତି ପରେ ଭାରତର ନୌସେନାକୁ ୩୬ହଜାର କୋଟି ଟଙ୍କା ଖର୍ଚ୍ଚ କରାଇବ ଆମେରିକା।

ଭେନେଜୁଏଲା ତେଲର ମାନ ଅଧିକ ଖରାପ। ତଥାପି ଚାପରେ ପଡି ଆମେରିକା ଓ ଭେନେଜୁଏଲାରୁ ଅଧିକ ତେଲ ଆଣିବ ଭାରତ।

ଭୋଟ୍ ପୂର୍ବରୁ ବାଂଲାଦେଶରେ ନିର୍ବାଚନୀ ହିଂସାରେ ବିଏନ୍‌ପି ନେତାଙ୍କ ଆଖି ତାଡ଼ିନେଲେ ଜମାତ୍ ପାର୍ଟି କର୍ମୀ।

ଥାଇଲାଣ୍ଡ ସ୍କୁଲରେ ଆଖିବୁଜା ଗୁଳିମାଡ଼, ୨୨ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣ ମୃତ।

କାନାଡା ସ୍କୁଲରେ ଗୁଳିକାଣ୍ଡ, ଆକ୍ରମଣକାରୀଙ୍କ ସମେତ ୧୦ ମୃତ।

*ଗତବର୍ଷ ଏଇ ସମୟରେ*
ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ମିଳିବ ବୋଲି ରାଜ୍ୟ ସରକାରଙ୍କ କହିଥିଲେ

ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ଲାଗିବ, କହିଥିଲେ ସରକାର

ପୁଅ ଜନ୍ମ ହେଲେ ୧୦ ହଜାର, ଝିଅ ଜନ୍ମ ହେଲେ ୧୨ ହଜାର ମିଳିବ, କହିଥିଲେ ମୁଖ୍ୟମନ୍ତ୍ରୀ।

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ "mera channel" ଡାଉନଲୋଡ କରନ୍ତୁ।
====================
ଆଜି ଜାତୀୟ ଉତ୍ପାଦ ଦିବସ
ଗୁରୁ ରବିଦାସ ଜୟନ୍ତୀ

ଆଜି ଜନ୍ମଦିନ: ଚାର୍ଲସ ଡାରଉଇନ, ଆବ୍ରାହମ ଲିଙ୍କନ, ମହର୍ଷି ଦୟାନନ୍ଦ ସରସ୍ୱତୀ, ଗୁଣ୍ଡାପା ବିଶ୍ୱନାଥ, କାଞ୍ଚି ନାରାୟଣ ମହାନ୍ତି (ଲେଖକ, କଟକ), ଚାର୍ଲସ ରିଭେଟ (୧୮୫୩, ନାବିକ, ବ୍ରହ୍ମପୁର), ମାଗୁଣି ଚରଣ କୁଅଁର (କାଠି କଣ୍ଢେଇ, କେନ୍ଦୁଝର)

ଇତିହାସରେ ଆଜି: (୧୫୦୨) ଭାସ୍କୋଡାଗାମା ଦ୍ଵିତୀୟ ଥର ପାଇଁ ଜାହାଜରେ ଲିସବନ ରୁ ଭାରତ ବାହାରିଲେ/ (୧୮୧୮) ଚିଲି ସ୍ୱାଧୀନତା ଦିବସ ଘୋଷିତ/ (୧୯୨୨) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ବନ୍ଦ ଘୋଷଣା କଲେ ମୋହନଦାସ ଗାନ୍ଧୀ/ (୧୯୨୮) ବରଦୋଳଇ ସତ୍ୟାଗ୍ରହ ଆରମ୍ଭ/ (୧୯୭୫) ବସନ୍ତ ରୋଗ ମୁକ୍ତ ହେଲା ଭାରତ/ (୨୦୦୯) ଅମର୍ତ୍ତ୍ୟ ସେନ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ରୁ ଡି. ଲିଟ ପାଇଲେ
====================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

0
35 views