logo

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳିତ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ।

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳିତ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ।

ଚମ୍ପୁଆ -୧୦/୦୨(ଖଣ୍ଡାଧାର ନିୟୁଜ) ଚମ୍ପୁଆ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପଦଯାତ୍ରା ଏବଂ ଛାତ୍ରଛାତ୍ରୀମାନଙ୍କୁ ନେଇ କବାଡି ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମେ ବ୍ଲକ ପରିସରରୁ ଏକ ପଦଯାତ୍ରା ବାହାରି ଚମ୍ପୁଆ ନଗର ପରିକ୍ରମା କରାଯାଇଥିଲା । ପରେ ବ୍ଲକ ସଭାକକ୍ଷଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ କେନ୍ଦୁଝର ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ , ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ବ୍ଲକ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ, ଜିଲା ପରିଷଦ ସଦସ୍ୟା ରମଣୀ ନାୟକ, ଗୋଷ୍ଟୀ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଚୁନୁ ହାଁସଦା, ସହକାରୀ ନିର୍ବାହୀଯନ୍ତ୍ରୀ ସବ୍ୟସାଚୀ ନାଏକ, ସରପଞ୍ଚ , ସମିତି ସଭ୍ୟସଭ୍ୟା , ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଆଦି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ଶ୍ରେଷ୍ଠ ବାଳକ ଦଳ ହିସାବରେ ରାମଲା ଆଶ୍ରମ ବିଦ୍ୟାଳୟର ଛାତ୍ର ଓ ବାଳିକା ଦଳରେ କୋଦଗାଡିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

5
783 views