logo

ଜ୍ୟୋତିପୁର ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା, ବନ୍ଧୁ ମିଳନ ଏବଂ ଭିବି ରାମଜୀ ସଚେତନତା କାର୍ଯ୍ୟକ୍ରମ।

ଜ୍ୟୋତିପୁର ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା, ବନ୍ଧୁ ମିଳନ ଏବଂ ଭିବି ରାମଜୀ ସଚେତନତା କାର୍ଯ୍ୟକ୍ରମ।

ଚମ୍ପୁଆ -୧୦/୦୨(ଖଣ୍ଡାଧାର ନିୟୁଜ) ଚମ୍ପୁଆ ବ୍ଲକ ଭୂଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିରିକୁଆଁ ଗ୍ରାମ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପାଟଣା ନିର୍ବାଚନ ମଣ୍ଡଳୀ ଜ୍ୟୋତିପୁର ମଣ୍ଡଳର ୧୬ଜଣିଆ କମିଟିର ନୂତନ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜ୍ୟୋତିପୁର ମଣ୍ଡଳର ସଭାପତି ସିଦ୍ଧେଶ୍ୱର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଯୋଗ ଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ଜିଲ୍ଲା ସଭାପତି ତଥା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ରାଧାକାନ୍ତ ମହାନ୍ତ, ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ ମହାନ୍ତ, ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ, ଭୂଇଁପୁର ସରପଞ୍ଚ କ୍ଷୀରମଣୀ ନାଏକ,ସମାଜସେବୀ ଘନଶ୍ୟାମ ଭାଇ ପ୍ରମୁଖ ଯୋଗଦାନ କରିଥିଲେ। ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତିଙ୍କ ଦ୍ଵାରା ଗଠନ ହୋଇଥିବା ମଣ୍ଡଳର ନୂତନ ୧୬ଜଣିଆ କମିଟିକୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅତିଥି ଗଣ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରତି ପରିବାର ପାଖରେ ପହଞ୍ଚାଇବାକୁ କାର୍ଯକର୍ତ୍ତାଙ୍କୁ ନିର୍ଦେଶ ଦେଇ ଥିବା ବେଳେ ଆଗାମୀ ଦିନରେ ବର୍ଷକୁ ୧୨୫ ଦିନର ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଭିବିଜି ରାମଜିର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ। ଆଗାମୀ ଦିନରେ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରତି ପରିବାରରେ ଏ ନେଇ ଅବଗତ କରିବାକୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବସନ୍ତ ତ୍ରିପାଠୀ ମଞ୍ଚ ପରିଚାଳିତ କରିଥିଲେ। ମଣ୍ଡଳ ସ୍ତରୀୟ ଛଅ ଗୋଟି ଗ୍ରାମ ପଞ୍ଚାୟତରୁ ଏକହଜାରରୁ ଉର୍ଦ୍ଧ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

9
655 views