logo

ବ୍ଲକ ସ୍ତରୀୟ ଏକତା ପଦଯାତ୍ରା।

ବ୍ଲକ ସ୍ତରୀୟ ଏକତା ପଦଯାତ୍ରା।

ପାଟଣା:୧୦/୦୨, ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଟଣାରେ ବ୍ଲକ ସ୍ତରୀୟ ଏକତା ପଦଯାତ୍ରା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ଦ୍ଦାର ବଲ୍ଲବଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଷ୍ଟ୍ର ନିର୍ମାଣ ପାଇଁ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ପାଟଣା ଆନେନ୍ଦେଶ୍ୱର ମନ୍ଦିର ପଡିଆରୁ ଏକ ବିଶାଳ ଏକତା ପଦଯାତ୍ରା ବାହାରି ପାଟଣା ବ୍ଲକ କାର୍ଯ୍ୟାଳୟ ପଯ୍ୟନ୍ତ ଯାଇଥିଲା। ବ୍ଲକ କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହୋଇ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ଶପଥ ପାଠ କରାଯାଇଥିଲା।

ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ବିଏସଏସଓ ଅଭୟ ଚରଣ ଦେହୁରୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ପଦଯାତ୍ରା ରେ ବ୍ଲକ ଅଧ୍ୟକ୍ଷା ବିଣାପାଣୀ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦୀପକ କୁମାର ନାୟକ, ଜମାଲଉଦ୍ଦିନ ଖାଁ, ଚନ୍ଦ୍ର ଶେଖର ମାନସିଂ, ସୌମ୍ୟରଞ୍ଜନ ଦାଶ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ଅତିରିକ୍ତ ଶିକ୍ଷା ଅଧିକାରୀ ସଚିତାନନ୍ଦ ସେଠୀ ଏବଂ ପ୍ରକାଶ ରାୟ, ଏନସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ଙ୍କ ସହିତ ନିର୍ବାଚିତ ପ୍ରତିନିଧି ଓ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
552 views