logo

ଜ଼ିଲ୍ଲା ସ୍ତରୀୟ ସାମୁହିକ ଔଷଧ କାର୍ଯ୍ୟକ୍ରମ ଏବଂ ଜାତୀୟ କୃମିନାଶ ଦିବସ ଲୋକାର୍ପଣ କାର୍ଯ୍ୟକ୍ରମ

ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜ଼ିଲ୍ଲା ସ୍ତରୀୟ ସାମୁହିକ ଔଷଧ କାର୍ଯ୍ୟକ୍ରମ ଏବଂ ଜାତୀୟ କୃମିନାଶ ଦିବସ ଲୋକାର୍ପଣ କାର୍ଯ୍ୟକ୍ରମ ଡାକ୍ତର ରାଜେଶ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତୀଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଔଷଧ ସେବନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ, ବରଗଡ ସିଡ଼ିଏମଓ ଡାକ୍ତର କୁବେର ଚରଣ ମହନ୍ତ, ବରପାଲି ବିଡ଼ିଓ ସୁମନ୍ତ କୁମ୍ଭାର, ଜ଼ିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁ, ଏଡିପିଏଚଓ ଡାକ୍ତର ଶ୍ରୀ କୃଷ୍ଣ ବଲ୍ଳଭ ମହାନ୍ତି, ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାଏକ, ବିପିଏଚଓ ଶଶିକାନ୍ତ ତ୍ରିପାଠୀ, ବିଦ୍ୟାଳୟ ର ଅଧ୍ୟକ୍ଷ ଲିଙ୍ଗରାଜ ବେହେରା ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବରପାଲି ଵୀଈଓ ମୁକୁନ୍ଦ ମାହାର, ସିଡିପିଓ ସଂଯୁକ୍ତା ମହାପାତ୍ର ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସୁଦାମ ଚରଣ ପାଣିଗ୍ରାହୀ ପିଏଚଇଓ ବରପାଲି ପରିଚାଳନା କରିଥିବାବେଳେ କୃଷ୍ଣଚନ୍ଦ୍ର ଲୁହା ଡିଏମ ଆରସିଏଚ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ସମସ୍ତ ଆଶା, ଅଙ୍ଗନ ବାଡ଼ି କର୍ମୀ ଉପସ୍ଥିତ ଥିଲେ l

15
335 views