logo

ପଣ୍ଡିତ ଦୈତ୍ୟାରି ମହାପାତ୍ର ପାଇଲେ "ସେବାରତ୍ନ" ସମ୍ମାନ।

ପଣ୍ଡିତ ଦୈତ୍ୟାରି ମହାପାତ୍ର ପାଇଲେ "ସେବାରତ୍ନ" ସମ୍ମାନ।

ପାଠକାର୍ପିତ ହେଲା " ଓଡ଼ିଶା ପ୍ରଗତିର ସାଥୀ ଓ ସାରଥୀ : ମୋହନ ଚରଣ" ଜୀବନୀ ପୁସ୍ତକ

ଭଦ୍ରକ -୦୯/୦୨(ଖଣ୍ଡାଧାର ନିୟୁଜ) ସମାଜକୁ ବିକଶିତ କରିବାକୁ ହେଲେ, ଅଧର୍ମକୁ ବିନାଶ କରି ଭାରତୀୟ ସଂସ୍କାରକୁ ରୁଦ୍ଧିମନ୍ତ କରି ବିକାଶଶୀଳ ରାଷ୍ଟ୍ର ଗଠନ ପାଇଁ ଗୁରୁଜନ ଏବଂ ବୟସ୍କମାନଙ୍କ ଉପଦେଶ ଅପରିହାର୍ଯ୍ୟ। ଆମ ସମାଜର ପ୍ରତ୍ୟେକ ନାଗରିକ ପିତାମାତା ଏବଂ ବୟସ୍କମାନଙ୍କ ଉପଦେଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ଉଚିତ ବୋଲି ବରିଷ୍ଠ ନାଗରିକ ସଂଘର ପଞ୍ଚମ ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରି ମାନ୍ୟବର ଉଚ୍ଚ ଶିକ୍ଷା, ଭାଷା ସାହିତ୍ୟ ସଂସ୍କୃତି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଏହି ଅବସରରେ ସହସ୍ର ପୁସ୍ତକର ସ୍ରଷ୍ଟା ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ ଓଡ଼ିଶାର ସର୍ବ ପ୍ରଥମ ପ୍ରକାଶିତ " ଓଡ଼ିଶା ପ୍ରଗତିର ସାଥୀ ଓ ସାରଥୀ : ମୋହନ ଚରଣ " ପୁସ୍ତକ ପାଠକାର୍ପଣ କରି ମାନ୍ୟବର ମନ୍ତ୍ରୀ କହିଥିଲେ, ବରିଷ୍ଠମାନେ ହେଉଛନ୍ତି ଏ ଜାତିର ସମ୍ପତ୍ତି। ସେମାନେ ଏକ ଆଦର୍ଶ ସମାଜ ଗଠନ କରିପାରିବେ। ଏହି ଆଶା ରଖି ଆମ ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛି। ୧୯୭୮ ଭିଏନା ସମ୍ମିଳନୀ ଠାରୁ ଆରମ୍ଭ କରି ୧୯୮୩ ମସିହାରେ ବରିଷ୍ଠଙ୍କ ସାମାଜିକ ଉନ୍ନତି ଦିଗରେ ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ୨୦୧୯ ଡିସେମ୍ବର ୪ ତାରିଖରେ ବଶିଷ୍ଠଙ୍କ ସପକ୍ଷରେ ଆଇନି ଯାଇଛି। ତିହିଡି ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ପରିସରରେ ଆୟୋଜିତ ବରିଷ୍ଠ ନାଗରିକ ସଂଘର ପଞ୍ଚମ ବାର୍ଷିକ ଉତ୍ସବରେ ଉଚ୍ଚ ଶିକ୍ଷା, ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ସର୍ବ ପ୍ରଥମ ଗବେଷଣାଧର୍ମୀ ଜୀବନୀ ପୁସ୍ତକ " ଓଡ଼ିଶା ପ୍ରଗତିର ସାଥୀ ଓ ସାରଥୀ : ମୋହନ ଚରଣ" ପୁସ୍ତକ ପାଠକାର୍ପଣ କରି ପଣ୍ଡିତ ଶ୍ରୀ ମହାପାତ୍ରଙ୍କ ସାହିତ୍ୟ କୃତିକୁ ଭୂୟସୀ ପ୍ରଶଂସା କରିଥିଲେ। ବରିଷ୍ଠ ନାଗରିକ ସଂଘର ସଭାପତି ସୋମନାଥ ପାଢୀଙ୍କ ସଭାପତିତ୍ବରେ ବାସୁଦେବପୁର ମାନ୍ୟବର ବିଧାୟକ ଅଶୋକ କୁମାର ଦାସ ମୁଖ୍ୟ ବକ୍ତା ଏବଂ ଭଦ୍ରକର ଲୋକପ୍ରିୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତ ରାଏ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସଂଘର ଆଦର୍ଶ ଏବଂ ବରିଷ୍ଠଙ୍କ ସମସ୍ୟା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ ପୂର୍ବକ ପଣ୍ଡିତ ଶ୍ରୀ ମହାପାତ୍ରଙ୍କ ଜୀବନବ୍ୟାପୀ ସାରସ୍ଵତ ସାଧନାର ଦିଗ୍ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ମହେଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଦୈତ୍ୟାରି ମହାପାତ୍ର , ସୁରେନ୍ଦ୍ର ନାୟକ, ନିତ୍ୟାନନ୍ଦ ମଲ୍ଲିକ, ଶୀତଳ ବେହେରା, ବିଶ୍ଵମୈତ୍ରୀ ନାୟକ, କମଳାକାନ୍ତ ଲେଙ୍କା ପ୍ରମୁଖ ସମାଜର ବରିଷ୍ଠମାନଙ୍କ ପ୍ରତି କର୍ତ୍ତବ୍ୟ କଣ ହେବା ଉଚିତ୍ ବୋଲି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜୀବନବ୍ୟାପୀ ସାରସ୍ଵତ ସାଧନା ଦ୍ଵାରା ସହସ୍ର ପୁସ୍ତକ ରଚନା କରି ଓଡ଼ିଆ ଭାଷା ସାହିତ୍ୟ ଜଗତରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ବରିଷ୍ଠ ନାଗରିକ ସଂଘର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୂରଜ ପୁଷ୍ପ ଗୁଚ୍ଛ, ଉତ୍ତରୀ ଏବଂ ମାନପତ୍ର ସହ " ସେବା ରତ୍ନ " ସମ୍ମାନରେ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ନାୟକ, ନିତ୍ୟାନନ୍ଦ ମଲ୍ଲିକ, କମଳାକାନ୍ତ ଲେଙ୍କାଙ୍କୁ ମଧ୍ୟ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।
ପଣ୍ଡିତ ଶ୍ରୀ ମହାପାତ୍ର ହେଉଛନ୍ତି ଏକାଧାରରେ ସଫଳ ସଂଗଠକ, ସମାଜ ସଂସ୍କାରକ, ବିଶିଷ୍ଟ ସାରସ୍ଵତ ସାଧକ, ମାଳିକା ପ୍ରବଚକ, ସହସ୍ର ପୁସ୍ତକର ସ୍ରଷ୍ଟା , ଆବାଲ୍ୟ ଶିବ ଉପାସକ ତଥା ମୁଁ ଓଡ଼ିଆ ପ୍ରତିଷ୍ଠାନ, ଓଡ଼ିଶା ରାଜ୍ୟ ପୂଜ୍ୟ ପୂଜା ପରିଷଦ, ରାଜ୍ୟ ମାତୃଶକ୍ତି ଫାଉଣ୍ଡେସନ, ରାଜ୍ୟ ସଂସ୍କୃତି ସୁରକ୍ଷା ମଞ୍ଚ ଭଳି ବହୁ ଅନୁଷ୍ଠାନର ପ୍ରତିଷ୍ଠାତା। ପଣ୍ଡିତ ମହାପାତ୍ର ଓରଫ ଶିବବାବା ସହସ୍ର ପୁସ୍ତକ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧି କରୁଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଏକାଧିକ ସମ୍ମାନରେ ସମ୍ମାନିତ କରାଯିବା ସହିତ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ "ପ୍ରଜ୍ଞାପ୍ରାଣ ସମ୍ମାନ", ମହାମହିମ ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେଶିଲାଲଙ୍କ ଠାରୁ " ବୀଣାପାଣି ସମ୍ମାନ" , ମହାମହିମ ରାଜ୍ୟପାଳ ଛତିଶଗଡ଼ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନଙ୍କ ଠାରୁ " ବିଦ୍ୟା ଭାରତୀ ସମ୍ମାନ " , ୨୦୦୨ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ଠାରୁ " କଳିଙ୍ଗ ରତ୍ନ " ସମ୍ମାନରେ ସମ୍ମାନିତ ହୋଇ ଓଡ଼ିଆ ଭାଷା ସାହିତ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କଳକୀ ସେନା ଟ୍ରଷ୍ଟ ଭଳି ଏକ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରତିଭାଙ୍କୁ " କଳକୀ ରତ୍ନ ସମ୍ମାନରେ " ସମ୍ମାନିତ ହୋଇଛନ୍ତି। ଏତତ୍ ଭିନ୍ନ ପଣ୍ଡିତ ଦୈତ୍ୟାରି ମହାପାତ୍ର ବହୁ ସ୍ଵୀକୃତି ପ୍ରାପ୍ତ ଅନୁଷ୍ଠାନ ପକ୍ଷରୁ ପାଇଛନ୍ତି ସହ ସହ ସମ୍ମାନ ଓ ସମ୍ବର୍ଦ୍ଧନା। ସଭାରମ୍ଭରେ ରଘୁନାଥ ପତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂଘର ସମ୍ପାଦକ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ସଂପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ଶିକ୍ଷାବିତ୍ ମଥୁରା ମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

13
3046 views