logo

ବାଉଁଶୁଳି ପି. ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ "ପଢିବା, ଗଢିବା ଓଡିଶା "କାର୍ଯ୍ୟକ୍ରମ।

ବାଉଁଶୁଳି ପି. ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ
"ପଢିବା, ଗଢିବା ଓଡିଶା "କାର୍ଯ୍ୟକ୍ରମ।

ପାଟଣା -୦୯/୦୨(ଖଣ୍ଡାଧାର ନିୟୁଜ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପି. ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ "ପଢିବା, ଗଢିବା ଓଡିଶା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉଦଯାପନ ଦିବସରେ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ମହାନ୍ତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ, ସମ୍ମାନିତ ଅତିଥି, ବକ୍ତା ଭାବେ ଶିକ୍ଷକ ତଥା ନାଟ୍ୟକାର ସହଦେଵ ମହାନ୍ତ ଯୋଗ ଦେଇ ଛାତ୍ର ଛାତ୍ରୀମାନେ ପଠନ ଅଭ୍ୟାସ ବୃଦ୍ଧି କଲେ ସୃଜନଶୀଳତା ର ବିକାଶ ହେବା ସହିତ ପିଲାମାନେ ସର୍ବ ଗୁଣ ସମ୍ପନ୍ନ ହୋଇ ପାରିବେ ବୋଲି ଦିଗଦର୍ଶନ ଦେଇ ନିଜର ଭବିଷ୍ୟତ ଗଢି ପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରଥମେ ଅତିଥିମାନେ ପ୍ରଭୁ ଶ୍ରୀଗଣେଷଙ୍କ ପ୍ରତିମୂର୍ତ୍ତିରେ ଧୂପ ପ୍ରଦୀପ ପ୍ରଯ୍ୟଳନ କରି ପ୍ରଦର୍ଶନୀ କକ୍ଷକୁ ଉଦଘାଟିତ କରିଥିଲେ l

ପ୍ରଥମ ରୁ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଗଳ୍ପ, କବିତା ଲିଖନ, ଚିତ୍ର ଦେଖି ଗଳ୍ପ ବର୍ଣନା, ଗୋଟିଏ ଶବ୍ଦକୁ ବିଭିନ୍ନ ଭାଷାରେ ବର୍ଣନା, ପଢିବା, ଗଢିବା କାର୍ଯ୍ୟକ୍ରମ ସମ୍ପକୀତ ସ୍ଲୋଗାନ ଲିଖନ ଇତ୍ୟାଦି ର ପ୍ରଦର୍ଶନୀ ହୋଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷକ ଅମିତ କୁମାର ସେଠୀ ସଂଯୋଜନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ସାଟିପିକେଟ, ଖାତା, କଲମ ଦେଇ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷକ ବିମଳ କୁମାର ପାତ୍ର, ପ୍ରଶାନ୍ତ କୁମାର ବେହେରା, ପ୍ରମୋଦ କୁମାର ସ୍ଵlଇଁ ଶିକ୍ଷୟିତ୍ରୀ ସୋନିଆ ବଦ୍ରା, ଲିପିକା ମୁଣ୍ଡା, ମମତା ସାହୁ, ଅନୁପମା ସିଂହ, ତସ୍ମିନୀ ମହାନ୍ତ, ସୋସମାରାନୀ ମିଶ୍ର, ଭାଗ୍ୟଶ୍ରୀ ପାତ୍ର, ସସ୍ମିତା ମହାରଣା, ପୂଜାରାଣୀ ବେହେରା, କିରାଣୀ ଶୁଭଶ୍ରୀ ମହାନ୍ତ, କର୍ମଚାରୀ ଦୀପ୍ତିରାଣୀ ନାୟକ, ତପନ କୁମାର ମହାନ୍ତ, ଡମ୍ବରୁଧର ମହାନ୍ତ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l
ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

8
780 views