
ଡିଆ କପିଳେଶ୍ୱର ଦେବଙ୍କ ଙ୍କ ଶତଚଣ୍ଡି ଓ ରୁଦ୍ର ମହାଯଜ୍ଞ ଆରମ୍ଭ
ଖୋର୍ଦ୍ଧା,୯.୨.୨୬(ଏ.ଆଇ.ଏମ.ଏ) : ଖୋର୍ଦ୍ଧା ଜ଼ିଲ୍ଲା ଡିଆ ଅଧିନସ୍ତ କପିଳେଶ୍ୱର ଦେବଙ୍କ ପୀଠ ରେ ସପ୍ତ ଦିବସୀୟ ଶତଚଣ୍ଡି ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ଆଜି ଠାକୁର ଙ୍କ ସକାଳୁ କଳସ ଯାତ୍ରା ଆରମ୍ଭ ହୋଇଯାଇଛି lବିଭିନ୍ନ ଗ୍ରାମ ରୁ ୨୦୦ ରୁ ଅଧିକ ମହିଳା ଓ ପୁରୁଷ ଭକ୍ତ ମାନେ ସାମିଲ ଥିଲେ ବଡ଼ପୋଖରୀ ତୁଠ ରୁ କଳସ ରେ ଜଳ ନେଇ କପିଳେଶ୍ଵର ଯଜ୍ଞ ମଣ୍ଡପକୁ ପହଞ୍ଚି ଥିଲେ। ମଣ୍ଡପରେ ବ୍ରାହ୍ମଣମାନେ ଯଜ୍ଞ କାର୍ଯ୍ୟ ନିତି ନିଷ୍ଠାର ସହ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ଠାରୁ ସମସ୍ତ ଭକ୍ତ ମାନେ ଉପବାସ ବ୍ରତ ପାଳନ କରି ମାନସିକ ଆଶା ପୁରୁଣ କରିବା ପାଇଁ ଠାକୁର ଙ୍କୁ ବିଭିନ୍ନ ପୂଜାର୍ଚନା କରିଥିଲେ।ବରିଷ୍ଠ ବ୍ରାହ୍ମଣ ଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଚଳିତ ମାସ ୮ ତାରିଖ ସକାଳୁ ଅଙ୍କୁରାରୋପଣ କାର୍ଯ୍ୟ ଆରମ୍ଭ ହୋଇ ଏହା ୧୫ ତାରିଖ ରବିବାର ଶିବରାତ୍ରୀ ରେ ପୁର୍ଣ୍ଣାହୁତି ସମ୍ପନ୍ନ ହେବ । ଠାକୁର ଙ୍କ ନିକଟରେ ପ୍ରତେହ ସନ୍ଧ୍ୟାରେ ବିଶିଷ୍ଟ ପ୍ରବଚକ ଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ସହ ଭଜନ ସଂର୍କୀନ ଓ ମେଳା ଅନୁଷ୍ଠିତ ହେବ।କାର୍ଯ୍ୟସୁଚି ଅନୁଯାୟୀ ଠାକୁରଙ୍କ କାର୍ଯ୍ୟ କୁ ସୁଚାରୁରୂପେ କରିବା ପାଇଁ କମିଟି ଓ ଗ୍ରାମ ବାସୀଙ୍କ ପକ୍ଷରୁ ପୁର୍ଣ୍ଣ ସହଯୋଗ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଭକ୍ତ ମାନଙ୍କୁ କମିଟି ଓ ଗ୍ରାମ ବାସୀଙ୍କ ପକ୍ଷରୁ ବହୁ ସଂଖ୍ୟାରେ ଯୋଗ ଦେଇ ପ୍ରଭୁକୃପା ପାଇଁ ଅନୁରୋଧ କରାଯାଇଛି।