logo

ତୁରୁମୁଙ୍ଗା ସେଣ୍ଟଜାଭିୟର ହାଇସ୍କୁଲର ୩ ୟ ବାର୍ଷିକ ଉତ୍ସବ।

ତୁରୁମୁଙ୍ଗା ସେଣ୍ଟଜାଭିୟର ହାଇସ୍କୁଲର ୩ ୟ ବାର୍ଷିକ ଉତ୍ସବ।

ପାଟଣା :୮/୨, ସ୍ଥାନୀୟ ସେଣ୍ଟଜାଭିୟର ହାଇସ୍କୁଲ, ତୁରୁମୁଙ୍ଗାର ୩ୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପିନାଥ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ପାଟଣା ଗୋଷ୍ଟୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ବିଷୟ ରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଧରଣୀଧର ସ୍ଵୟଂଚାଳିତ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ପ୍ରାଧ୍ୟାପକ ତଥା +୨ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଲ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସୁଧାଂଶୁ ଶେଖର ସାହୁ ଯୋଗଦେଇ ଥିଲେ। ପ୍ରଥମେ ବିଦ୍ୟାଳୟ ର ଅଧ୍ୟକ୍ଷା ରଶ୍ମିରାଣୀ ପ୍ରତିହସ୍ତ ଅତିଥି ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରତିଭା ମାନଙ୍କୁ ଅତିଥି ମାନେ ମଞ୍ଚରେ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କୁନି କୁନି ପିଲା ମାନଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପସ୍ଥିତ ସମସ୍ତ ଦର୍ଶକ ଓ ଅଭିଭାବକ ମନଭରି ଉପଭୋଗ କରିଥିଲେ। ଉକ୍ତ ଉତ୍ସବ କୁ ସଫଳ କରିବାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

3
561 views