logo

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ହିନ୍ଦୁ ଶତାବ୍ଦୀ ସମ୍ମିଳନୀ।

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ହିନ୍ଦୁ ଶତାବ୍ଦୀ ସମ୍ମିଳନୀ।

ପାଟଣା - ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ମିଳନ ପଡ଼ିଆ ଠାରେ ରବିବାର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ହିନ୍ଦୁ ଶତାଦ୍ଦୀ ବର୍ଷ ପୂର୍ତ୍ତି ଅବସର ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ହନୁମାନ ମନ୍ଦିରରୁ 108 କଳଶ ଶୋଭାଯାତ୍ରାରେ ବାହାରି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମ ରେ କନ୍ୟାପୂଜନ,ବୃକ୍ଷ ପୂଜନ, ଗାୟତ୍ରୀ ଯଜ୍ଞ,ହନୁମାନ ଚାଳିସା ପାଠ କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୀଳମଣି ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ନଗର କାର୍ଯ୍ୟବାହ ଦୟାନିଧି ମହାନ୍ତ,ସଂମ୍ମାନୀତ ଅତିଥିଭାବେ ପାଟଣା ଖଣ୍ଡ ସଙ୍ଘ ଚାଳକ କାଳିଚରଣ ମହାନ୍ତ, ରାଜ୍ୟ କିଷାନ ସଂଘର ସମ୍ପାଦକ ପ୍ରଦୀପ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ସମଗ୍ର ହିନ୍ଦୁ ସମାଜ ସନାତନ ସଂସ୍କୃତି, ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତିକ ହିନ୍ଦୁ ଧର୍ମ କୁ ସମସ୍ତେ ଭଲ ପାଇବା ପାଇଁ କହିଥିଲେ। କାର୍ଯ୍ୟକ୍ରମକୁ ହୀରାଲାଲ ମହାନ୍ତ ସଂଯୋଜନା କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ ଗଣେଶ୍ୱର କର ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ, ଟାଙ୍ଗରପଡା, ମିରିଗଖୋଜି, ଏବଂ ପାଟଣା ପଂଚାୟତ ରୁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଥିଲେ। କାର୍ଯ୍ୟକ୍ରମରେ ଦୟାନିଧି ମହାନ୍ତ, ହୀରାଲାଲ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ଗୋବିନ୍ଦ ସାହୁ, ଦିଲ୍ଲୀପ କୁମାର ନାୟକ, ବାଡିଆ ଭାଇ, ସଂଜୀବ ଭାଇ, ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ସହଯୋଗ କରିଥିଲେ।ଶେଷରେ ଶିଶୁମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

10
886 views