logo

ସଂସାର ରେ ବଡ଼ ସିଏ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

ସଂସାର ରେ ବଡ଼ ସିଏ
***************"
ଦାୟିତ୍ଵ ର ଭାର ନେଇ ଯେ ପାରଇ,
ତାକୁ ରାଗିବା ରୁଷିବା ମନା,
ସୂଚାରୁରୂପରେ ଦାୟିତ୍ଵ ତୁଲାଇ
ହୁଏ ସେ ସ୍ଵନାମଧନ୍ୟା।

ମନର କୋହ କୁ ମନରେ ଚାପିଣ
କର୍ତ୍ତବ୍ୟ କରିଯେ ଚାଲେ,
କିଏ ଭଲ କିଏ ଖରାପ କହିଲେ
କାନରେ ନଶୁଣେ ଭଲେ।

ସୁପଥରେ ଯାଇ କୁପଥେ ନଯାଇ
ଯିଏ ଭଲକାମେ ଦିଏ ମନ,
ସଂସାର ସାଗରେ ଉବୁଟୁବୁ ହେଲେ
ସାହା ହୋନ୍ତି ଭଗବାନ।

ସଂସାରସାଗର ଅଥଳ ପାଣି ରେ
ଅନେକ ବିଷାକ୍ତ ଜୀଵ
ଦଂଶନ କରନ୍ତି ବିଷ ଭରିଥାନ୍ତି
କଷ୍ଟ ଭୋଗନ୍ତି ମାନବ।

ଦୟାମୟ ସେହି ଦୟାର ସାଗର
ସୁଖ ନଉକା ପଠାଇ
ଉଦ୍ଧାର କରନ୍ତି ଦୁଃଖ ଦୂରାଅନ୍ତି
କୂଳେ ଦିଅନ୍ତି ଲଗାଇ।

ରଖିଲେ ସେ ହରି କିଏବା ମାରିବ
ମାରିଲେ ରଖିବ କିଏ ?
କରିତ କରାଉଥାଏ ସେହି ହରି
ସଂସାର ରେ ବଡ଼ ସିଏ।

ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
କେନ୍ଦୁଝର।
ମୋବାଇଲ: 87631 58585

20
687 views