logo

ପଞ୍ଚାୟତ ରାଜ ଓ ପାନୀୟ ଜଳ ସଂରକ୍ଷଣ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ପଡୁଆ ପଞ୍ଚାୟତକୁ ପରିଦର୍ଶନ କରିଥିବା ଜଣା ପଡିଛି।

ପଞ୍ଚାୟତ ରାଜ ଓ ପାନୀୟ ଜଳ ସଂରକ୍ଷଣ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ପଡୁଆ ପଞ୍ଚାୟତକୁ ପରିଦର୍ଶନ କରିଥିବା ଜଣା ପଡିଛି।

ଚମ୍ପୁଆ : -୦୭/୦୨: ପଞ୍ଚାୟତ ରାଜ ଓ ପାନୀୟ ଜଳ ସଂରକ୍ଷଣ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ପଡୁଆ ପଞ୍ଚାୟତକୁ ପରିଦର୍ଶନ କରିଥିବା ଜଣା ପଡିଛି। ଖବର ଅନୁସାରେ, ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରୁ ଏକ ମାତ୍ର ଆଦର୍ଶ ପଞ୍ଚାୟତ ଭାବେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ପଡୁଆ ପଞ୍ଚାୟତକୁ ଘୋଷଣା କରିବା ନିମନ୍ତେ ମନୋନୀତ କରାଯାଇଛି। ଫଳରେ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ରାସ୍ତା ଘାଟ, ପୋଖରୀ, ଗାଧୁଆତୁଠ, କୃଷି, ଜୀବନ ଜୀବିକାରେ ଜଳ ସଂରକ୍ଷଣ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଆଦିକୁ ରାଜ୍ୟସ୍ତରରୁ ପଞ୍ଚାୟତ ପରିଦର୍ଶନରେ ଆସିଥିବା ଅଧିକାରୀ ମାନେ ତନ ତନ କରି ଅନୁଧ୍ୟାନ କରି ତାର ଭିଡିଓ ଉତ୍ତୋଳନ କରିବା ସହିତ ଗ୍ରାମସଭାରେ ପଞ୍ଚାୟତ ପକ୍ଷରୁ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଯାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବାପରେ ପଡୁଆ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଘୋଷଣା କରାଯିବା ନେଇ ବିଚାର କରାଯିବ।ତେବେ ଜିଲ୍ଲାରେ ପଡୁଆ ପଞ୍ଚାୟତ ପ୍ରଥମ ସ୍ଥାନରେ ଥିବାରୁ ପଞ୍ଚାୟତ ବାସୀ କର୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ପଡୁଆ ସରପଞ୍ଚ ମନୋଜ କୁମାର ନାଏକ, ପି.ଇ.ଓ. ଗଣେଶ୍ଵର ପ୍ରଧାନ, ଏ.ଡି.ଇ.ଓ. ମଲ୍ଲୀ ମହାନ୍ତ, ଭୂଇଁପୁର ପି.ଇ.ଓ. ଅନିଲ କୁମାର ମହାନ୍ତ, ଉଚ୍ଚବାଲି ପି.ଇ.ଓ. ସ୍ଵାଗତିକା ପୃଷ୍ଠି, ଆର.ଡବ୍ଲୁ.ଏସ.ଏସ. ଜେଇ କରନ ସୋରେନ, ବି ଆର ସି ଚମ୍ପୁଆ ସୁଶମା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

(ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ)

6
488 views