
ଲୋକତନ୍ତ୍ର ସେନାନୀ ସୁରେଶ ଚନ୍ଦ୍ର ପାଢ଼ୀ ଙ୍କ ପରଲୋକ।
ଲୋକତନ୍ତ୍ର ସେନାନୀ ସୁରେଶ ଚନ୍ଦ୍ର ପାଢ଼ୀ ଙ୍କ ପରଲୋକ।
ଆନନ୍ଦପୁର,୪।୨ ଆନନ୍ଦପୁର ପୋୖରପରିଷଦ ୬ନମ୍ବର ୱାର୍ଡ ବାରିକସାହି ନିବାସୀ ତଥା ଆନନ୍ଦପୁର ମହାବିଦ୍ୟାଳୟରୁ ଅବସର ପ୍ରାପ୍ତ ପଦର୍ଶକ ଏବଂ ଜରୁରୀ କାଳୀନ ପରିସ୍ଥିତି ସମୟରେ କାରାବରଣ କରିଥିବା ଲୋକତନ୍ତ୍ର ସେନାନୀ ସୁରେଶ ଚନ୍ଦ୍ର ପାଢ଼ୀ (୭୧) ବର୍ଷ ବୟସରେ ମଙ୍ଗଳବାର ଦିନ ଭୁବନେଶ୍ଵରର ଉତ୍କଳ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତିି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ କନ୍ୟା, ପୁତୁରା, ଜ୍ୱାଇଁ ଏବଂ ଧର୍ମପତ୍ନୀ ଉପସ୍ଥିତ ଥିଲେ।ନିକଟ ଅତୀତରେ ତାଙ୍କର ସମର୍ପିତ ଦେଶପ୍ରେମ ଓ ତ୍ୟାଗ ପାଇଁ ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇ ମାନପତ୍ର ଓ ସେନାନୀ ପେନସନ ପତ୍ର ଗ୍ରହଣ କରିଥିଲେ। ତାଙ୍କ ମୃତ ଶରୀର ଆନନ୍ଦପୁର ସ୍ଥିତ ନିଜ ବାସଭବନକୁ ଆଣିବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁ ଓ ପରିବାର ବର୍ଗ ଦିବଙ୍ଗତ ଆତ୍ମାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ରାତ୍ରର ଅନ୍ତିମ ପ୍ରହରରେ ପୂଣ୍ୟତୋୟା ବୈତରଣୀ କୂଳରେ ତାଙ୍କର ପାର୍ଥିବ ଶରୀରକୁ ଦାହ କରାଯାଇ ଥିଲା ଏବଂ କନିଷ୍ଠ ଭ୍ରାତା ଶ୍ରୀ ମହେଶ୍ୱର ପାଢ଼ୀ ମୁଖାଗ୍ନୀ ଦେଇଥିଲେ। ତାଙ୍କର ମୃତ୍ୟୁ କୁ ନେଇ ସମଗ୍ର ଆନନ୍ଦପୁର ଅଞ୍ଚଳରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ବିଜୟ ଜେନା ଙ୍କ ରିପୋର୍ଟ।