logo

ପି.ଏମ୍.ଶ୍ରୀ ରାଧାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ–୨୦୨୬ ଅନୁଷ୍ଟିତ !

ଆଠମଲ୍ଲିକ:-୦୭/୦୨(ଧନଞ୍ଜୟ ନାୟକ) ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ପାଇକସାହି ପଞ୍ଚାୟତର ପି.ଏମ୍.ଶ୍ରୀ ରାଧାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, ପାଇକସାହି ର ବାର୍ଷିକ ଉତ୍ସବ–୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦମୟ ପରିବେଶ ମଧ୍ୟରେ ସଫଳତାର ସହ ପାଳିତ ହୋଇଛି ! ଏହି ଅବସରରେ ଶିକ୍ଷା ଓ ସଂସ୍କୃତିର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା ! କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଇକସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ନିରଜକାନ୍ତ ସାହୁ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ ! ମୁଖ୍ୟ ବକ୍ତା ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇକସାହିର ପ୍ରଧାନଶିକ୍ଷକ ଶ୍ରୀ ଯୁକ୍ତ ନାରାୟଣ ଗଡନାୟକ ଉପସ୍ଥିତ ରହି ଶିକ୍ଷା ସହ ସଂସ୍କୃତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ! ସମ୍ମାନିତ ଅତିଥି ଭାବେ ରାଇନାଳି ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋଜ କୁମାର ବାରିକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶୁକଦେବ ସାହୁ, ପାଇକସାହି ସି.ଆର.ସି.ସି ନୃସିହ ଚରଣ ନାୟକ, ସାପଘରା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜୟକୃଷ୍ଟ ପ୍ରଧାନ, ସ୍ୱଚ୍ଛାସେବୀ ଶ୍ରୀ ସିଦ୍ଧେଶ୍ୱର ନାୟକ ଓ ଶିକ୍ଷା ସେତୁ ଅଭିଯାନର ସଭାପତି ଶ୍ରୀ ଲଳିତ ମୋହନ ପ୍ରଧାନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଆଗାମୀ ଜୀବନରେ ସତତ ପରିଶ୍ରମ ଓ ଶିକ୍ଷାଗତ ଉତ୍କର୍ଷ ପାଇଁ ପ୍ରେରଣା ଦେଇଥିଲେ ! କାର୍ଯ୍ୟକ୍ରମର ଅଧ୍ୟକ୍ଷତା ପି.ଏମ୍.ଶ୍ରୀ ରାଧାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, ପାଇକସାହିର ପ୍ରଧାନଶିକ୍ଷକ ଶ୍ରୀ ସୁଜିତ୍ କୁମାର ଖାଡିଆ କରିଥିଲେ ! ସେ ନିଜ ଅଧ୍ୟକ୍ଷୀୟ ଭାଷଣରେ ବିଦ୍ୟାଳୟର ସଫଳତା, ପି.ଏମ୍.ଶ୍ରୀ ଯୋଜନା ଅନ୍ତର୍ଗତ ଚାଲୁଥିବା ଶିକ୍ଷାଗତ ଉନ୍ନତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ! ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ଗୀତ, ଲୋକନୃତ୍ୟ, ନାଟକ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଦର୍ଶକମାନଙ୍କ ମନ ଜିତିଥିଲା ! ପାଠ୍ୟକ୍ରମ ଓ ପାଠ୍ୟବାହ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ହାତରେ ପୁରସ୍କୃତ କରାଯାଇଥିଲା ! କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ବିନ୍ଦୁ ସାଗର ମହାନ୍ତି, ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ସାହୁ, ଶିକ୍ଷକ ଶ୍ରୀ ଶଶି ଭୂଷଣ ସାହୁ ସହ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀବୃନ୍ଦ ଉପସ୍ଥିତ ଥିଲେ ! ସମାପନୀ ଅବସରରେ ଧନ୍ୟବାଦ ଜ୍ଞାପନ ସହ ବାର୍ଷିକ ଉତ୍ସବ–୨୦୨୬ ସଫଳ ଭାବେ ସମ୍ପନ୍ନ ହୋଇଥିବା ଘୋଷଣା କରାଯାଇଥିଲା !

23
1103 views