logo

ବିଜେପି କ୍ରୁଷକ ମୋର୍ଚ୍ଚା ପୂର୍ବ ରାଜ୍ଯ ସଭାପତି ବିଭିନ୍ନ ଧନମଣ୍ଡି ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଚାଷୀମାନଙ୍କ ସହିତ ଆଲୋଚନା।

ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଧାନମଣ୍ଡୀ ଓ ପଣ୍ଡାପଡ଼ା ଧାନମଣ୍ଡୀ ଏବଂ କେନ୍ଦୁଝର ସଦର ବ୍ଲକ ଅର୍ନ୍ତଗତ ନରଣପୁର ଧାନମଣ୍ଡୀ ଓ ପଳାଶପଗାଂ ଧାନମଣ୍ଡୀ ପ୍ରଭୃତି ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।ମିଲର ମାରେ ଧାନମଣ୍ଡୀ କୁ ଧାନ ପରିବହନ ପାଇଁ ଗାଡି ଯୋଗାଇବାରେ ଅବ୍ୟବସ୍ଥା କରୁଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଚାଷୀ ମାନେ ସଫା ସୁତୁରା ଓ ସୁକିଲା ଧାନ ଦେଉଥିଲେ ବି କୁଇଣ୍ଟାଲ ପ୍ରତି ୫ କିଲୋ କଟନି ଛଟନି କରୁଥିବା ଚାଷୀ ମାନେ ଅଭିଯୋଗ କରିଥିଲେ।
ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର କୁ ଶୃଙ୍ଖଳିତ ଓ ସ୍ଵଚ୍ଛତା ର ସହିତ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଚାଷୀ ମାନେ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ଏକାଉଣ୍ଟ କୁ ପାଉଣା ଆସିବ ବୋଲି ବିଜେପି ର ବରିଷ୍ଠ ଚାଷୀ ନେତା ତଥା ପୂର୍ବତନ କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଧାନ କିଣା କାରବାରରେ ଯେଉଁ ମିଲର କିମ୍ବା ପ୍ରଶାସନିକ ଅଧିକାରୀ ମାନେ ଅସାଧୁ ଉପାୟ ଅବଲମ୍ବନ କରିବେ ତଥା କଟନି ଛଟନି କରୁଥିବା ଅଭିଯୋଗ ହେଲେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି।କିଛି ଅସାଧୁ ବ୍ୟକ୍ତି ସରକାରଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ କରି ଏଭଳି କାଯ୍ୟ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରାଣବନ୍ଧୁ ସାହୁ, କୈଳାଶ ଚନ୍ଦ୍ର ନାୟକ, ବିଶ୍ନୁ ପଦ ବେହେରା, ମନୋରଞ୍ଜନ ମହାନ୍ତି, ଅଧିକାରୀ ନାୟକ, ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ଯୋଗଦାନ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

12
713 views