logo

ଚନ୍ଦକା ଆଶ୍ରମ ସ୍କୁଲରେ ଚକ୍ଷୁ ଶିବିର :୧୯୪ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ଦାମନଯୋଡ଼ି,୦୪/୦୨: କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଚନ୍ଦକା ଆଶ୍ରମ ସ୍କୁଲରେ ସ୍କୁଲ ଚକ୍ଷୁସ୍ଵାସ୍ଥ୍ୟ କାର୍ଯ୍ୟକ୍ରମର ଏକ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଅଛି।ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅନ୍ତର୍ଗତ ଏହି ଶିବିରରେ ୧୯୪ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା।ଦୃଷ୍ଟିଦୋଷ ଥିବା ୧୩ଜଣ ପିଲାଙ୍କର ଚଷମା ପରୀକ୍ଷା ହୋଇଥିଲା।ସାମାନ୍ୟ ରୋଗଥିବା ପିଲାଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।ପୂର୍ବରୁ ତାଲିମ ପ୍ରାପ୍ତ ଶିକ୍ଷକଶିକ୍ଷୟିତ୍ରୀ ନିଜନିଜ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ପରୀକ୍ଷା କରି ଦୃଷ୍ଟି ଦୋଷ ଓ ଅନ୍ୟ ରୋଗଥିବା ପିଲାଙ୍କୁ ଶିବିରକୁ ଆଣିଥିଲେ।କାର୍ଯ୍ୟକ୍ରମକୁ ପଟ୍ଟାଙ୍ଗି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆୟୋଜନ କରିଥିଲା ଓ ବିଇଓ ଚାମେଲି ମଜୁମଦାରଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଦିବ୍ୟାନନ୍ଦ ଖୋସଲା ଏହାର ଉଦଘାଟନ କରିଥିଲେ।ଚକ୍ଷୁ ଚିକିତ୍ସା ଅଧିକାରୀ ପ୍ରଶାନ୍ତ କୁମାର ବେବର୍ତ୍ତା ଓ ବିଜୟ କୁମାର ଆଚାର୍ଯ୍ୟ ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ଏବିଇଓ ରଜନୀକାନ୍ତ ବଡନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ଶିବିରରେ ବିଆରପି ରେଣୁବାଳା ମଲ୍ଲିକ ସଂଯୋଜନା କରିଥିଲେ। ଶିକ୍ଷକଶିକ୍ଷୟିତ୍ରୀ ସୁରେଶ କୁମାର ସେଠୀ,ସମ୍ପଦ ସାହୁ, ଜାନକୀ ଦଳେଇ ଓ ଶୁଭଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ସରକାରଙ୍କ ଏହି ଯୋଜନାରେ ଦୃଷ୍ଟିଦୋଷ ଥିବା ପିଲାଙ୍କୁ ମାଗଣା ଚଷମା ପ୍ରଦାନ ସହ ଅନ୍ୟ ଚକ୍ଷୁରୋଗ ଭୋଗୁଥିବା ପିଲାଙ୍କ ମାଗଣାରେ ଚିକିତ୍ସା ବ୍ୟବସ୍ଥା ରହିଛି।

4
509 views