logo

ଅଜଣା ଭେଦ - ସୁଧାଂଶୁ ଶେଖର ପାତ୍ର ଙ୍କ ଦ୍ଵାରା ରଚିତ କବିତା।

ଅଜଣା ଭେଦ
                ସୁଧାଂଶୁ ଶେଖର ପାତ୍ର
ଯାହା ଅଦରକାରୀ
ତାହା ଆପେ ଆପେ ହାତକୁ ଆସୁଛି
ଆଉ ଯାହା ଦରକାର
ତାହା ମରୀଚିକା ଭଳି
ଦୂରକୁ ଟାଣି ଟାଣି ନେଉଛି
ତଥାପି ତା ପଛରେ ଗୋଡାଇବାକୁ
ଭାରି ଭଲ ଲାଗୁଛି।

ଏଇଟା କ'ଣ ?
ଏମିତି କାହିଁକି ହେଉଛି ?
ଜୀବନର ରଙ୍ଗ ଦିନକୁ ଦିନ
ଗାଢ଼ ହେବା ବଦଳରେ
ଫିକା ପଡ଼ି ଆସୁଛି।

ଏବେ ଯେଉଁ ବାଟରେ ଚାଲୁଛି
ସେଥିରେ ଆଗ୍ରହ ନାହିଁ
ହେଲେ -କେହି ଜଣେ ଠେଲି ଠେଲି ନେଉଛି
ଏ ଅଜଣା ଭେଦ
କେତେବେଳେ କେଉଁଠିକି ପହଞ୍ଚାଇ ଦେବ
ଅନୁମାନ କରୁଛି ।

**           **              ***          **
ପ୍ରଶାନ୍ତି ଭୂମି, ଖସିଗୁଡ଼ା, ଚିଲିଗୁଡା, ଜୁନାଗଡ଼ କଳାହାଣ୍ଡି, ପିନ୍ ୭୬୬୦୧୪,
patrasudhanshushekhar7@gmail.com

2
382 views