logo

ମୃତ୍ୟୁ : ଜୀବନର ପରମ ସତ୍ୟ!

ମୃତ୍ୟୁ : ଜୀବନର ପରମ ସତ୍ୟ
*********************
ବସନ୍ତ କୁମାର ପ୍ରଧାନ

ଜନ୍ମ ଥିଲେ ମୃତ୍ୟୁ ଅଛି, ଆରମ୍ଭ ଥିଲେ ଶେଷ ଅଛି l ଏହା ପ୍ରକୃତିର ଚିରନ୍ତନ ସତ୍ୟ l ଗୋଟିକୁ ଛାଡ଼ି ଅନ୍ୟଟିର ସତ୍ତା ଅବସମ୍ଭାବୀ l ଜନ୍ମ ଓ ମୃତ୍ୟୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ l ଏଠାରେ ଯିଏ ଜନ୍ମ ହୁଏ ତା'ର ମୃତ୍ୟୁ ସୁନିଶ୍ଚିତ l ସେଥିପାଇଁ ପୃଥିବୀକୁ ମର୍ତ୍ତ୍ୟ ପୁର କୁହାଯାଏ l ଭାଗବତରେ ଲେଖା ଅଛି,-"ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ l" ତେଣୁ ମୃତ୍ୟ ହିଁ ଜୀବନର ପରମ ଓ ଅନ୍ତିମ ସତ୍ୟ l ଏ ଜୀବନ ଅନିଶ୍ଚିତ l କାହାର କେତେବେଳେ ମୃତ୍ୟୁ ଆସିଯିବ ତାହା ହିଁ ସମସ୍ତଙ୍କୁ ଅଗୋଚର l ମୃତ୍ୟୁକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ l ପ୍ରଥମେ ଆମେ ଜାଣିବା ମୃତ୍ୟୁ କାହାର ହୁଏ l ଶରୀରର ହୁଏ ନା ଯାହା ପାଇଁ ଶରୀର ବଞ୍ଚି ରହିଛି l ଶରୀର ର ମୃତ୍ୟୁ ହୁଏ, ଶରୀରୀ ର ନୁହେଁ କାରଣ ଆତ୍ମର ଜନ୍ମ ନୁହେଁ କି ମୃତ୍ୟୁ ନାହିଁ l ସେ ଅଜର ଅମର l ପଞ୍ଚ ମହାଭୂତରେ ଗଢ଼ା ଶରୀରର ମୃତ୍ୟୁ ହୁଏ l ଭାଗବତ ଗୀତା କହେ,-"ଜୀର୍ଣ୍ଣ ବସ୍ତ୍ର ତ୍ୟାଗ କରି ଯେପରି ନୂତନ ବସ୍ତ୍ର ପରିଧାନ ବ୍ୟକ୍ତି କରିଥାଏ ସେହିପରି ଆତ୍ମା ଶରୀର ପରିବର୍ତ୍ତନ କରେ l ତେଣୁ ମୃତ୍ୟୁ ଏକ ରୂପାନ୍ତର l ତା'ର କେବଳ ଘଟାନ୍ତର ହିଁ ହୋଇଥାଏ l ଯାହା ଚିରସ୍ଥାୟୀ ନୁହେଁ ତା 'ପ୍ରତି ଆମେ ମୋହ ମାୟା ବଢ଼ାଇ ଦୁଃଖୀ ହେବାର ଆବଶ୍ୟକତା ନାହିଁ l ଅହଂକୁ ତ୍ୟାଗ କଲେ ମଣିଷ ମୃତ୍ୟୁକୁ ଜୟ କରେ l ଆମେ ପ୍ରତ୍ୟେକ ଅମୃତର ସନ୍ତାନ l ମୃତ୍ୟୁକୁ ଭୟ ନକରି ଅମୃତର ସନ୍ଧାନ କରିବା ଉଚିତ l
************************
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ -7735611484

7
699 views