logo

ସଂଯୋଗୀ ସାହିତ୍ୟ ସଂସଦର ସାଙ୍ଗଠନିକ ବୈଠକ।

ସଂଯୋଗୀ ସାହିତ୍ୟ ସଂସଦର ସାଙ୍ଗଠନିକ ବୈଠକ।

ଘଟଗାଁ,୧/୨ :- ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ " ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା କେନ୍ଦୁଝର" ର ସାଂଗଠନିକ ବୈଠକ ସଂସଦର ନିଜସ୍ୱ ଭବନରେ ଅନୁଷ୍ଠିତ ହୋଇଯାଇଛି।
ସଂସଦର ସଭାପତି ଉପେନ୍ଦ୍ର ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ପ୍ରସଂଗ ଉପରେ ନିଷ୍ପତ୍ତି ନିଆଯାଇଛି। ପ୍ରାରମ୍ଭରେ ସଂପାଦକ ବାବୁଲାଲ ପଲେଇ ବୈଠକର ଆଭିମୁଖ୍ୟ ଓ କାର୍ଯ୍ୟକାରୀ ହେବାକୁ ଯାଉଥିବା ପ୍ରସ୍ତାବ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୁଡିକ ମଧ୍ୟରେ - ତୃତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଜିଲ୍ଲା ଉତ୍ତରାଞ୍ଚଳରେ ଥିବା ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ , ଯାଜପୁର , ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସଂଯୋଗୀ ସଜଫୁଲର ଉତ୍ତରାଞ୍ଚଳ ବିଶେଷାଙ୍କ ପ୍ରକାଶ କରିବା, ସଂସଦର ଆୟବ୍ୟୟ ଯାଞ୍ଚ ( ଅଡିଟ୍ ) କରିବା, ରାଜ୍ୟସ୍ତରୀୟ ମାସିକ ଆଭାସୀ ସାହିତ୍ୟ ଆସର ଯାହାର ସିଧା ପ୍ରସାରଣ ୟୁଟ୍ୟୁବ ଓ ଫେସବୁକ୍ ମାଧ୍ୟମରେ ଦେଖିପାରିବେ, ସ୍ବଳ୍ପ ମୂଲ୍ୟରେ ଇ-ପୁସ୍ତକ ପ୍ରକାଶ କରିବା, ପ୍ରତିମାସରେ ସାକ୍ଷାତକାର ଓ ଆଲୋଚନା ଚକ୍ର ଅନୁଷ୍ଠିତ କରିବା ଓ ସଂସଦର ଓ୍ବେବ୍ ସାଇଟ୍ ( Website ) ଖୋଲିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ଅନୁଷ୍ଠାନର ସଦସ୍ୟ କମଳାକାନ୍ତ ମିଶ୍ର, ସରୋଜ କୁମାର ସେନାପତି, ଜ୍ୟୋତ୍ସ୍ନା ରାଣୀ ଦାଶ, ସ୍ମିତାରାଣୀ ରାଉତ ଯୋଗ ଦେଇଥବାବେଳେ ଆଭାସୀ ମାଧ୍ୟମରେ ଆଜୀବନ ସଦସ୍ୟ କେନ୍ଦୁଝର ଜିଲ୍ଲା ରୁ ଶାନ୍ତନୁ କୁମାର ମହାପାତ୍ର, କୈଳାସ ଚନ୍ଦ୍ର ତନ୍ତୀ, କଳାହାଣ୍ଡି ରୁ ତପନ କୁମାର ଦାସ, ନୟାଗଡ଼ ରୁ ଡାଃ ଲିସନ ମହାନ୍ତି , ସଦସ୍ୟା ସୁଜାତା ଗୁପ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଦସ୍ୟା ମିନା ବେହେରା ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ସନ୍ତୋଷ କୁମାର ପତି ଧନ୍ୟବାଦ୍ ଅର୍ପଣ କରିଥିଲେ।

ବାବୁଲାଲ ପଲେଇଙ୍କ ରିପୋର୍ଟ।

4
229 views