logo

କରଞ୍ଜିଆରେ ବିଶାଳ ହିନ୍ଦୁ ସମ୍ମିଳନୀ ହିନ୍ଦୁମାନେ ଏକତାବଦ୍ଧ ହୋଇ ସଜାଗ ହୁଅ।

କରଞ୍ଜିଆରେ ବିଶାଳ ହିନ୍ଦୁ ସମ୍ମିଳନୀ
ହିନ୍ଦୁମାନେ ଏକତାବଦ୍ଧ ହୋଇ ସଜାଗ ହୁଅ।

ଚମ୍ପୁଆ - ୩୧/୦୧,ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆ ଗ୍ରାମ କରଞ୍ଜିଆ ଦୁର୍ଗା ମଣ୍ଡପ ପଡିଆ ପରିସରରେ ବିଶାଳ ହିନ୍ଦୁ ସମ୍ମୀଳନୀ ଅନୁଷ୍ଠିତ ହୋଇ ଯାଇଛି l ସମ୍ମିଳନୀରେ ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ପୃଷ୍ଟି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ସ୍ଵପ୍ନେଶ୍ଵର ସାହୁ, ମୁଖ୍ୟବକ୍ତା ଭାବେ ରାଷ୍ଟୀୟ ସ୍ୱୟଂ ସେବକ ସଙ୍ଘ ମୟୁରଭଞ୍ଜ ଜିଲ୍ଲା ବୌଦ୍ଧିକ ପ୍ରମୁଖ ସତ୍ୟ ରଞ୍ଜନ ମହାକୁଡ଼, ସମ୍ମାନିତ ଅତିଥି ଭାବେ ପୂର୍ବପ୍ରାନ୍ତ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଦସ୍ୟ ଇଂ. ବସନ୍ତ କୁମାର ଦାନୀ, ଦୁଷ୍ମନ୍ତ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇ "ହିନ୍ଦୁ ମାନେ ଏକତାବଦ୍ଧ ହୋଇ ସଜାଗ ହେବାକୁ ଦିଗଦର୍ଶନ ଦେଇ ସଂସ୍କୃତି ଓ ସଂସ୍କାର ହିନ୍ଦୁ ସମାଜରେ ନ ରହିଲେ ବିରାଟ ଅବକ୍ଷୟ ହୋଇଯିବ ବୋଲି ମତ ପ୍ରକାଶ କରି ହିନ୍ଦୁ ସମାଜକୁ ଜାଗୃତ କରି ପ୍ରତି ପରିବାର, ଘରେ ଘରେ ପହଞ୍ଚି ଆଗାମୀ ପିଢ଼ିକୁ ଭଲବାଟ ଦେଖାଇବାକୁ ପଡିବ ବଲି ବକ୍ତବ୍ୟ ପ୍ରଦାନ କରିଥିଲେ l
ପୂର୍ବାହ୍ନରେ କଳସ ଶୋଯାତ୍ରା, ଯଜ୍ଞ ସଂକୀର୍ତ୍ତନ, ହନୁମାନ ଚାଳିଶା ପାଠ, ଗୋ ପୂଜନ, ବୃକ୍ଷ ପୂଜନ, ନଦୀ ପୂଜନ, କନ୍ୟା ପୂଜନ, ଶଙ୍ଖନାଦ ସହିତ ପୂଜ୍ୟପୂଜା ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ମାନ ହୋଇଥିଲା l ପୂଜକ ନଗେନ୍ଦ୍ର ଶତପଥୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ସଂକଳ୍ପରେ ଜୀବନ ପ୍ରଧାନ, ଶ୍ରଦ୍ଧାଞ୍ଜଳି ପ୍ରଧାନ ଓ ଶିବ ଚରଣ ଜିତ, ମଞ୍ଜୁ ଜିତ ପୂଜାବିଧି ସମ୍ପର୍ଣ୍ଣ କରି ସଂକଳ୍ପ କରିଥିଲେ l ସମର୍ଦ୍ଧନା ପର୍ବରେ କରଞ୍ଜିଆ ର ସ୍ଵlଧୀନତା ସଂଗ୍ରାମୀ ହଳଧର ପୃଷ୍ଟି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ପ୍ରଧାନ, କର ସେବକ ଚୈତନ୍ୟ ମହାନ୍ତ, ଅକ୍ଷୟ କୁମାର ବଡ଼ପଣ୍ଡା, କାମପାଳ ମହାନ୍ତ, ଜାନକୀ ଦାସ, ପୂର୍ଵତନ ସରପଞ୍ଚ ଗୌର ଚନ୍ଦ୍ର ମୁଣ୍ଡା ଙ୍କ ତରଫରୁ ତାଙ୍କ ଝିଅ କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା, ଚୈତନ୍ୟ ଗିରି ପ୍ରମୁଖଙ୍କୁ ସମର୍ଦ୍ଧିତ କରାଯାଇଥିଲା l ଶିକ୍ଷକ ଭଗବାନ ମହାନ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ l ହିନ୍ଦୁ ସମ୍ମିଳନୀରେ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ହିନ୍ଦୁ ଭାଇ ଭଉଣୀ,ସରେଇ, ବଡନଇ, କରଞ୍ଜିଆ ଓ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅଂଚଳରୁ ପୁରୁଷ ମହିଳା ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ଜୟ ମା 'ଦୁର୍ଗା ଆୟୋଜକ ସମିତି ର କାର୍ଯ୍ୟକର୍ତ୍ତା ପ୍ରସନ୍ନ କୁମାର ପୃଷ୍ଟି, ମନୋଜ ଚୌଧୁରୀ, ହରିହର ଚୌଧୁରୀ, ରତିକାନ୍ତ ବାରିକ, ଚିତ୍ତରଞ୍ଜନ ପାଲ, ବଳଭଦ୍ର ବେହେରା, କରଞ୍ଜିଆ ମଣ୍ଡଳ ବିଜେପି ସଭାପତି ଇନ୍ଦ୍ରଜିତ ମହାନ୍ତ ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

12
948 views