logo

ଧର୍ମପ୍ରାଣା ମହିଳା ବାସନ୍ତୀ ଦେଇଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା, ୨୯. ୧. ୨୬(ଏ ଆଇ ଏମ ଏ )ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ବର ଗ୍ରାମପଞ୍ଚାୟତର ପଦ୍ମପୁର ଗ୍ରାମର ଧର୍ମପ୍ରାଣ ମହିଳା ସ୍ୱର୍ଗତା ବାସନ୍ତୀ ଦେଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଆଜି ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
ସ୍ୱର୍ଗତା ବାସନ୍ତୀ ଦେଇ କେନ୍ଦ୍ରାପଡା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଅଧିକାରୀଙ୍କର ମାତୃଶକ୍ତି ଥିଲେ।ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ନାମ ସଂକୀର୍ତ୍ତନ ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନେକ ଭକ୍ତ, ସ୍ଥାନୀୟ ଲୋକେ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ରହି ସ୍ୱର୍ଗତାଙ୍କ ଆତ୍ମାର ଶାନ୍ତି କାମନା କରିଥିଲେ।
ସମଗ୍ର ପରିବେଶ ଭକ୍ତି ଓ ଆଧ୍ୟାତ୍ମିକତାରେ ମହକିଉଠିଥିଲା।

0
888 views