logo

ହରିହର ପୁର ଆଦିବାସୀ ଯୁବକ ସଂଘ ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ।

ହରିହର ପୁର ଆଦିବାସୀ ଯୁବକ ସଂଘ ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ।

ପାଟଣା:୨୮/୦୧, ପାଟଣା କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଅନ୍ତର୍ଗତ ହରିହର ପୁର ଗ୍ରାମରେ ଆଦିବାସୀ ଯୁବକ ସଂଘ ପକ୍ଷରୁ ୨୯ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗ୍ରାମ ଖେଳ ପଡିଆ ରେ ଆଜି ଉଦଯାପିତ ହୋଇଯାଇଛି। ହରିହର ପୁର ଆଦିବାସୀ ଯୁବକ ସଂଘ ର ସଭାପତି ମନମୋହନ ମାଝୀ, ସହ ସଭାପତି ସନ୍ତୋଷ କୁମାର ମାଝୀ, ସହ ସମ୍ପାଦକ ବିନୋଦ କୁମାର ମାଝୀ, ସମ୍ପାଦକ ସୁରେଶ ନାୟକ, ଏହି ଖେଳକୁ ପରିଚାଳନା ଓ ସଂଯୋଜନା କରିଥିଲେ। ଏହି ଖେଳ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଏହି ବାର୍ଷିକ ଖେଳ ଉଦଯାପିତ ହୋଇଛି। ଉଦଯାପନି ଉତ୍ସଵ ରେ ମୂଖ୍ୟ ଅତିଥି ଭାବେ ସାଂସଦ ଙ୍କ ସାହାରପଡା ବ୍ଲକ ପ୍ରତିନିଧି ସୁଦର୍ଶନ ମହାନ୍ତ, ସମ୍ମାନୀତ ଅତିଥି ଭାବେ ସାଂସଦ ଙ୍କ ସାହାରପଡା ବ୍ଲକ ଶିକ୍ଷା ପ୍ରତିନିଧି ଗଗନ ବିହାରୀ ସେଠୀ, ତେଣ୍ଡରା ସରପଞ୍ଚ ରାଜବଲ୍ଲଭ ଦେହୁରୀ, ଅଶ୍ୱିନୀ ମହାନ୍ତ, ସରସ୍ୱତୀ ମୁଦି, ୱାର୍ଡ ସଦସ୍ୟ ଲଳିତ କୁମାର ମୁଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ମୋହନ ସୁନ୍ଦର ମହାନ୍ତ, ମହେଶ୍ୱର ମହାନ୍ତ, ରାଜକିଶୋର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।ଆୟୋଜିତ ପ୍ରତିଯୋଗିତାରେ ୩୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର ଖେଳ ଯଥା ହାଣ୍ଡି ଫୁଟା, ଉଚ୍ଚ ଡିଆଁ, କୁଳି ଗୋଟା, ଅଙ୍କ କସା, ଶଙ୍ଖ ଫୁଙ୍କା, ଦୌଡ଼, କଳସ ବୁହା, ବିଡ଼ି ଟଣା, ଦଉଡି ଟଣା, ମ୍ୟୁଜିକ ଚେୟାର, ରେକର୍ଡ ଡ୍ୟାନ୍ସ, ଆଦି ବିଭିନ୍ନ ପ୍ରକାର ସିନିୟର ଓ ଜୁନିୟର ବିଭାଗ ରେ ଖେଳ ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଯୁବକ ସଂଘର ସଦସ୍ୟ ସଂଜିତ ନାଏକ, ମାନସ ନାଏକ, ସୁରେଶ ନାଏକ, ରାଜା ନାଏକ, ପରମେଶ୍ବର ନାଏକ, ଡାକ୍ତର ନାଏକ, କୃଷ୍ଣ ଚନ୍ଦ୍ର ନାଏକ, କଦା ନାଏକ, ପରଭାତ ନାଏକ, ଡବର ମୁର୍ମୁ , କପନ ମାରାଣ୍ଡି , ବାସୁ ନାଏକ, ରବିନ୍ଦ୍ର ନାଏକ, ବାପୁନୁ ନାଏକ, ବିଭୁ ନାଏକ, ଆକାଶ ନାଏକ, ଦୋଳ ମହାନ୍ତ, ବାବୁଲି ମହାନ୍ତ, ରବିନ୍ଦ୍ର ମହାନ୍ତ ପ୍ରମୁଖ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ।

ବିଜୟ ରତ୍ନ ପତିଙ୍କ ରିପୋର୍ଟ।

5
971 views