logo

କହିବାକୁ ଲଜ୍ୟା ଲାଗେ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

*କହିବାକୁ ଲଜ୍ୟା ଲାଗେ*

ଦେଶର କଥାକୁ କିପରି କହିବି
ନ କହି ପାରୁନି ରହି ,
ଗୋଟି ଗୋଟି କରି କଥାକୁ କହିଲେ
କହିବି ପାରୁନି ଭାଇ I
ନିତି ପ୍ରତିଦିନ ବଢୁଛି ଅନ୍ୟାୟ
ଅନ୍ୟାୟର ଅନ୍ତ ନାହିଁ ,
ବଡ଼ ମାନଙ୍କର କଥାକି କହିବି
ଛୋଟ ର ନିସ୍ତାର ନାହିଁ I
ଦୁଇ ବର୍ଷର ବାଳିକା ମରଇ
ଧର୍ଷଣ ର ହୁଏ ଶୀକାର,
ଇଂରେଜଠାରୁବି ସ୍ୱାଧୀନ ଦେଶରେ
ଦେଖାଯାଏ କୁ ବ୍ୟବହାର I
ନ୍ୟାୟ ଅନ୍ୟାୟ କୁ ଡରନ୍ତିନି ଏଠି
ନିତି ନିତି ମିଳେ ଖବର ,
ଅନ୍ୟାୟ ଅନୀତି ହୁ ହୁ ବଢେ
ଦେଖି ଲାଗେ ହରବର I
କ୍ଷଣିକ ସୁଖରେ କି ଲାଭ ପାଉଛ
ମାନୁନାହଁ ଭଲ ମନ୍ଦ,
ଉପର ଵାଲା କୁ ଭୟ ନାହିଁ ବୋଲି
ଲଭୁଅଛ ଇନ୍ଦ୍ର ପଦ I
ବେଳ ଥାଉ ଥାଉ ଅରଜରେ ଧର୍ମ
ନ ହେଲେ ପାଇବ ଦୁଃଖ,
କାରାଗାର ମଧ୍ୟେ ଥରେ ଯେ ରହିଛି
ଲଭୁଛି ଅମୀୟ ସୁଖ I
ସ୍ୱାଧୀନ ଆଜି ମନେହୁଏ ନାହିଁ
ନାହିଁତ ସ୍ୱାଧୀନ ଚିନ୍ତା ,
ପର ପ୍ରଲୋଭନେମୁଣ୍ଡ ବିକିଦେଇ
ବାଛୁଛୁ ସୁଯୋଗ୍ୟ ନେତା I
ନୋଟ ଦେଇଭୋଟପାଇଥାନ୍ତି ବୋଲି
ନାହିଁ ମନେ ଅନୁଚିନ୍ତା ,
ଦୁଇଗୁଣ ଠାରୁ ଅଧିକ ଆଶାରେ
ବ୍ୟସ୍ତ ବିବ୍ରତ ନେତା I
ଏତ ଅନୁଭବର କଥା I

ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର
ମୋବାଇଲ: 88959 74011

8
971 views