
ସଂଯୋଗୀ ସଜଫୁଲର ଆଉ ଏକ ଅଭିନବ କାର୍ଯ୍ୟକ୍ରମ।
ସଂଯୋଗୀ ସଜଫୁଲର ଆଉ ଏକ ଅଭିନବ କାର୍ଯ୍ୟକ୍ରମ:-
ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ରାଜ୍ୟସ୍ତରୀୟ ମାସିକ ଆଭାସୀ ସାହିତ୍ୟ ଆସର
ଘଟଗାଁ,୨୭/୧: ଓଡ଼ିଆ ଭାଷା ସାହିତ୍ୟ କୁ ନେଇ ଗ୍ରାମାଞ୍ଚଳରେ ପଡିରହିଥିବା ଯୁବଗୋଷ୍ଠୀ ତଥା ସାରସ୍ବତ ସ୍ରଷ୍ଟା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା, ଘଟଗାଁ, କେନ୍ଦୁଝର ତରଫରୁ ଆଉ ଏକ ଅଭିନବ କାର୍ଯ୍ୟକ୍ରମ " ରାଜ୍ୟସ୍ତରୀୟ ମାସିକ ଆଭାସୀ ସାହିତ୍ୟ ଆସର " ର ଦ୍ବିତୀୟ ଅର୍ଘ୍ୟ ଅନୁଷ୍ଠିତ ହୋଇଯାଇଛି , ଯାହାର ସିଧା ପ୍ରସାରଣ ସଂଯୋଗୀ ସଜଫୁଲ ୟୁଟ୍ୟୁବ ଚ୍ୟାନେଲ ରେ ଜଣେ ଯେକୋୖଣସି ସ୍ଥାନରେ ରହି ଦେଖିପାରିବେ।
ଗତ ତା ୨୫.୧.୨୦୨୬ ରିଖ ରବିବାର ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ଯୁବକବି ଶିବ ଚରଣ ମହାପାତ୍ରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ରୂପେ ଜ୍ଯୋତି ବିହାର ବୁର୍ଲା ସମ୍ବଲପୁର ର ସହକାରୀ ଅଧ୍ୟାପିକା ଡକ୍ଟର ସୁନୀତା ଦେବତା ଯୋଗଦେଇ " ଓଡ଼ିଆ ଭାଷା ସାହିତ୍ୟରେ ସ୍ମୃତି, ଅନୁଭୂତି ଓ କଳ୍ପନାର ମାପକାଠି " ଉପରେ ଆଲୋଚନା କରିବା ସହିତ ଶ୍ରୋତା ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ, ସ୍ବତନ୍ତ୍ର ଅତିଥି ରୂପେ ନୟାଗଡ଼ ଜିଲ୍ଲାର ଯୁବ କଣ୍ଠଶିଳ୍ପୀ ସୁବ୍ରତ କୁମାର ପଣ୍ଡା ଉଦଘାଟନୀ ସଂଗୀତ ପରିବେଷଣ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବରଗଡ ଜିଲ୍ଲାର ଯୁବ କବୟିତ୍ରୀ ତଥା ଗାଳ୍ପିକା ପ୍ରତିମା ପାତ୍ର ସ୍ବାଗତ ସଂଗୀତ ଗାନ କରିଥିଲେ, ସମୀକ୍ଷକ ଭାବେ ଅନୁଷ୍ଠାନର ସଂପାଦକ ବାବୁଲାଲ ପଲେଇ ଯୋଗଦେଇ ଅନୁଷ୍ଠାନର ଏଭଳି ଅଭିନବ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ସାରସ୍ବତ ସ୍ରଷ୍ଟା ମାନଙ୍କ ସୃଷ୍ଟି ଗୁଡ଼ିକୁ ସମୀକ୍ଷା କରିଥିଲେ। ଉକ୍ତ ଆଭାସୀ ସାହିତ୍ୟ ଆସର ରେ ମନୋନୀତ ପାଞ୍ଚ ଜଣ,, ଯଥା ଜଗତସିଂହପୁରରୁ କବୟିତ୍ରୀ ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ, ସୁବର୍ଣ୍ଣପୁର ଜିଲ୍ଲାରୁ କମ୍ଭୁଧର ସୁନା, କେନ୍ଦୁଝର ଜିଲ୍ଲାରୁ ଡକ୍ଟର ନରେନ୍ଦ୍ର କୁମାର ରାଠୋର, ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, କଟକ ଜିଲ୍ଲାରୁ କବୟିତ୍ରୀ ସୁଭଦ୍ରା ମହାପାତ୍ର ନିଜସ୍ୱ ଗଳ୍ପ ଓ କବିତା ପାଠ କରିଥିବା ବେଳେ ଅନୁଷ୍ଠାନର ସହ ସଂପାଦକ ଡକ୍ଟର ଲିସନ ମହାନ୍ତି ନିଜସ୍ୱ କ୍ଷୁଦ୍ରଗଳ୍ପ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆସରରେ ଅନୁଷ୍ଠାନର ରାଜ୍ୟ ସଂଚାଳକ,ଯୁବ ନାଟ୍ୟକାର ବଲାଙ୍ଗୀର ଜିଲ୍ଲାର ଆଗଲପୁରରୁ ହୃଷୀକେଶ ଦାଶ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୨୫ ରୁ ଅଧିକ ସାରସ୍ବତ ସ୍ରଷ୍ଟା ଯୋଗଦେଇ ଥିବାବେଳେ ସହ ସଂପାଦକ ଡକ୍ଟର ମହାନ୍ତି ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିବା ସହିତ ପରିଚାଳନା କରିଥିଲେ।
ବାବୁଲାଲ ପଲେଇ ଙ୍କ ରିପୋର୍ଟ।