logo

#ପୋଖରୀରେ_ବୁଡି_ଯୁବକ_ମୃତ ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମର ବିଶ୍ଵନାଥ ପାଢ଼ୀ ଙ୍କ ପୁଅ ସିମାଞ୍ଚଳ ପାଢ଼ୀ (40) ଙ୍କ ମୃତ ଦେହ ଭାସମାନ ଅବସ୍ଥାରେ ଗାଁ ପୋଖରୀରୁ ଉଦ୍ଧାର

#ପୋଖରୀରେ_ବୁଡି_ଯୁବକ_ମୃତ
ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମର ବିଶ୍ଵନାଥ ପାଢ଼ୀ ଙ୍କ ପୁଅ ସିମାଞ୍ଚଳ ପାଢ଼ୀ (40) ଙ୍କ ମୃତ ଦେହ ଭାସମାନ ଅବସ୍ଥାରେ ଗାଁ ପୋଖରୀରୁ ଉଦ୍ଧାର କରାଯାଇଛି । ଦୀର୍ଘ ଚାରି ଦିନ ପୂର୍ବରୁ ସିମାଞ୍ଚଳ ନିଖୋଜ ଥିବା ନେଇ ପରିବାର ଲୋକେ ଧରାକୋଟ ଥାନାରେ ଏତଲା ଦେଇଥିଲେ । ଅଚାନକ ଆଜି ଗାଁ ପୋଖରୀରେ ତାଙ୍କ ଶବ ଭାସୁଥିବା ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ତୁରନ୍ତ ଧରାକୋଟ ଥାନା ଓ ଦମକଳ ବାହିନୀ କୁ ଖବର ଦେବା ପରେ ଦମକଳ ବାହିନୀ ପୋଲିସ ଉପସ୍ଥିତିରେ ଶବ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ଧରାକୋଟ ଥାନା ରେ 2/2026 ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

32
1587 views