logo

ନାଲକୋ କମ୍ୟୁନିଟି ସେଣ୍ଟରର ଶିଶୁ ମହୋତ୍ସବ ଉଦଯାପିତ

ଦାମନଯୋଡ଼ି,୨୨/୦୧:ନାଲକୋ କମ୍ୟୁନିଟି ସେଣ୍ଟର ପକ୍ଷରୁ ଜାନୁୟାରୀ ୧୧ ରୁ ୨୧ ତାରିଖ ପର୍ଯ୍ୟନ୍ତ ଶିଶୁ ମହୋତ୍ସବ ୨୦୨୫-୨୬ ଆୟୋଜିତ ହୋଇ ଯାଇଛି।ଦାମନଯୋଡ଼ିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମୁଦାୟ ୧୨ଟି ବିଭାଗରେ ହୋଇଥିବା ପ୍ରତିଯୋଗିତାରେ ୭ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ପ୍ରତ୍ୟହ ସନ୍ଧ୍ୟା ସମୟରେ ନାଲକୋ କମ୍ୟୁନିଟି ସେଣ୍ଟର ମଞ୍ଚରେ ବହୁ ଅଭିଭାବକ,ପ୍ରତିଯୋଗୀ ଏବଂ ବିଚାରକଙ୍କ ଉପସ୍ଥିତିରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ କୃତକାର୍ଯ୍ୟ ହୋଇଥିବା ୩ଶହ ଛାତ୍ରଛାତ୍ରୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ତାଳେତାଳେ ପୁରସ୍କୃତ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ,ଧର୍ମପତ୍ନୀ ସଂଘମିତ୍ରା ମହାପାତ୍ର,ସମ୍ମାନିତ ଅତିଥି ରୂପେ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା,ସ୍ୱରୂପାନନ୍ଦ ମିଶ୍ର,ଦିଲ୍ଲୀପ କୁମାର ବାଗ,ସଞ୍ଜୟ କୁମାର ପଟ୍ଟନାୟକ,ସୁଗାତୋ ଆନନ୍ଦୋ ବାସୁ,ଏନ ଏସ ସୁଧାକର,ଦୁର୍ଯ୍ୟୋଧନ ବେହେରା,ମନୋରଞ୍ଜନ ପଣ୍ଡା ଏବଂ ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁଜାତା ପାଣି ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଂଜନ ସାମଲ ଏବଂ ତାଙ୍କ ଧର୍ମପତ୍ନୀ ସଂଘମିତ୍ରା ମହାପାତ୍ରଙ୍କୁ ନାଲକୋ କମ୍ୟୁନିଟି ସେଣ୍ଟର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଖଣି ଓ ପରିଶୋଧନ ପ୍ରକଳ୍ପର ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ,ନାଲକୋ ଅଫିସର୍ସ ଆସୋସିଏସନ ଏବଂ ନାଲକୋ ଏସସି/ଏସଟି କର୍ମଚାରୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରତିଯୋଗିତାର ୨୨ ଜଣ ବିଚାରକ ଏବଂ ବିଭିନ୍ନ ସନ୍ଧ୍ୟାରେ ମଞ୍ଚ ପରିଚାଳନା କରିଥିବା ୧୪ ଜଣ ଶିଶୁ ମଞ୍ଚ ଉପସ୍ଥାପିକାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ନାଲକୋ କମ୍ୟୁନିଟି ସେଣ୍ଟରର ସଭାପତି ସତ୍ୟକାମ ନାୟକ,ଉପ ସଭାପତି ସୁନୀଲ କୁମାର ଦାଶ,ସାଧାରଣ ସମ୍ପାଦକ ମନୋଜ କୁମାର ପୃଷ୍ଟି,ଯୁଗ୍ମ ସମ୍ପାଦକ ବିଜୟ କୁମାର ଥାଲାରୀ, ସାଂସ୍କୃତିକ ସମ୍ପାଦକ ସମୀର କୁମାର ବେନିଆ, ଅନ୍ତଃକ୍ରୀଡ଼ା ସମ୍ପାଦକ ଗୌତମ ବିଷୋୟୀ,ବହିଃକ୍ରୀଡ଼ା ସମ୍ପାଦକ ଭାସ୍କର ଶ୍ରୀହରି,ପାଠାଗାର ସମ୍ପାଦକ ବିରଞ୍ଚି ନାରାୟଣ ସେଠିଙ୍କ ତତ୍ତ୍ଵlବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନିର୍ମଳ କୁମାର ରାଉତ ପୁରସ୍କାର ବିତରଣୀରେ ମଞ୍ଚ ପରିଚାଳନା କରିଥିଲେ।

37
617 views