logo

ମଧୁବାବୁ ଙ୍କୁ ସାଧାରଣ ତନ୍ତ୍ର ଦିବସ ରେ ସମ୍ମାନିତ କରିବାକୁ କୁଂଥୁକୁଂଥୁ ଉପଖଣ୍ଡ ପ୍ରଶାସନ l

ଅନୁଗୋଳ (କରୁଣାକର ନାୟକ)୨୨/୧:- ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ପକ୍ଷରୁ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କୁ ଅପମାନିତ କରିବାକୁ ପ୍ରୟାସ କରିଥିବା ଘଟଣା ଦୃଷ୍ଟିଗୋଚର ହୋଇଛି l ଫଳରେ ଉପଖଣ୍ଡ ପ୍ରଶାସନର ଏତାଦୃଶ କାର୍ଯ୍ୟକଳାପ କୁ ନେଇ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଜଣାଯାଇଛି l ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଉପଖଣ୍ଡ ପ୍ରଶାସନ ଖୁବ ଧୂମାଧାମ ରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି l ସାଧାରଣ ତନ୍ତ୍ର ଦିବସ ପାଳନ ପୂର୍ବରୁ ଉପଖଣ୍ଡ ପ୍ରଶାସନ ଗତ ତା.୯ /୧/୨0୨୬ ରିଖ ରେ ଏକ ପ୍ରସ୍ତୁତି ବୈଠକ କରିଥିଲା l ଉକ୍ତ ବୈଠକ ରେ ସର୍ବସମ୍ମତି କ୍ରମେ ପ୍ରତେକ ବର୍ଷଭଳି ଜାତିର ପିତା ମହାତ୍ମାଗାନ୍ଧୀ, ସମ୍ବିଧାନ ପ୍ରଣେତା ବାବାସାହେବ ଡାକ୍ତର ଭୀମ ରାଓ ଆମ୍ବେଦକର, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କୁଳବୃଦ୍ଧ ମଧୁସୂଦନ ଦାସ, ସ୍ଥାନୀୟ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ରେ ଥିବା ବରପୁତ୍ର ଓ ସହରରେ ଥିବା ଅନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା l ନିଷ୍ପତ୍ତି ଅନୁଯାଇ ଉପଖଣ୍ଡ ଅଧିକାରୀ ତଥା ଉପଜିଲ୍ଲାପାଳ ଙ୍କ ଦସ୍ତଖତ ଥାଇ ବିବରଣୀ ପ୍ରକାଶ ପାଇ ପ୍ରସ୍ତୁତି ବୈଠକ ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ବଣ୍ଟନ କରାଗଲା l କିନ୍ତୁ ବିଡମ୍ବନା ର ବିଷୟ କି ଦେଖାଗଲା ଉପଖଣ୍ଡ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବଣ୍ଟନ କରିଥିବା ନିମନ୍ତ୍ରଣ ପତ୍ରରେ ଥିବା କାର୍ଯ୍ୟକ୍ରମ ଶୁଚି ରେ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସ୍ଥାନ ପାଇ ନଥିବା ଦେଖିବାକୁ ମିଳିଛି l ଉପଖଣ୍ଡ ପ୍ରଶାସନ ତଥା ଉପଜିଲ୍ଲାପାଳ ଙ୍କ ଏଭଳି ହୀନମନ୍ୟତା କୁ ନେଇ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ମଧୁବାବୁ ଜଣେ ଉଲେଖନୀୟ ସ୍ୱାଧୀନତା ସଂଗ୍ରାମୀ (ସିଗ୍ନିଫିକାଣ୍ଟ ଫ୍ରିଡମ ଫାଇଟର) ହୋଇଥିବା ବେଳେ ଉପଜିଲ୍ଲାପାଳଙ୍କ ତାଙ୍କ ପ୍ରତି ମନୋଭାବ କୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି l ଗତ ୨0୨୩ ମସିହା ଅଗଷ୍ଟ ୧୫ ତାରିଖ ରେ ଓକିଲସଂଘ ପକ୍ଷରୁ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ସଂଘ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ହୋଇଥିଲା l ପ୍ରତିମୂର୍ତ୍ତି ସ୍ଥାପନ ପରେ ଓକିଲସଂଘ ର ଅନୁରୋଧ କ୍ରମେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରତେକ ଜାତୀୟ ଦିବସ (ସ୍ୱାଧୀନତା ଓ ସାଧାରଣତନ୍ତ୍ର), ଉତ୍କଳ ଦିବସ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ରେ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଉଛି l ବର୍ତ୍ତମାନ ର ଉପଜିଲ୍ଲାପାଳ କିନ୍ତୁ ମଧୁବାବୁ ଙ୍କୁ ସମ୍ମାନିତ କରିବାକୁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳିଛି l ସେହି ପରିପ୍ରେକ୍ଷୀରେ ନିମନ୍ତ୍ରଣ ପତ୍ରରୁ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କୁ ଅପସାରିତ କରାଯାଇଛି l ଉପଖଣ୍ଡ ପ୍ରଶାସନ ର ଏଭଳି ମନୋଭାବ କାହିଁକି ବୋଲି ଓକିଲସଂଘ ସଭାପତି ସୁଶାନ୍ତ ମହାପାତ୍ର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କୁ ପଚାରି ବାରେ ସେ ଏହା ଆମ ପ୍ରଶାସନ ବସି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି l ଉପଖଣ୍ଡ ପ୍ରଶାସନ ର ଏଭଳି ଦାୟିତ୍ୱ ହୀନତା ଉତ୍ତର ଓ ମନୋଭାବ କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ ଗ୍ରହଣ କରନ୍ତୁ ବୋଲି ଓକିଲସଂଘ ସଭାପତି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି l

4
89 views