logo

ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପୁକାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ, ପୁକାଲି,ପଟ୍ଟାଙ୍ଗି,କୋରାପୁଟ, ଓଡ଼ିଶା,ତା୨୧/୧/୨୬(ବୁଧବାର)

ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପୁକାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ ଦାମନଯୋଡି :-୨୧/୧ ବୁଧବାର ଦିନ, ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମ ରେ ଥିବା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ପାଙ୍ଗି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ଖଟୁଆ ଓ ସମ୍ମାନୀତ ଅତିଥୀ ରୂପେ ଶ୍ରୀମତୀ ଟିକାଇ ଗେମେଲ, ପଟ୍ଟାଙ୍ଗି ବିଧାୟକ ଙ୍କ ପ୍ରତିନିଧୀ ଶ୍ରୀ ଅର୍ଜୁନ ବାଙ୍କା ଓ ପୁକାଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ତ୍ରିପତି ସାରା,ସ୍କୁଲ ଏସ ଏମ ସି ଚ୍ଯାୟାରମେନ ରବୀନ୍ଦ୍ର ନାଥ ଖରା ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତି ଥିଲେ। ଏହି ଅବସରରେ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପଶିଖା ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ସେ ବିଦ୍ୟାଳୟର ସଫଳତା ଓ ସମସ୍ୟାକୁ ଉପସ୍ଥାପନ କରିଥିଲେ। ସମସ୍ତ ଅତିଥିଗଣ ଭଲ ପାଠ ପଢି ଉତ୍ତମ ନାଗରିକ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିବା ସହ ଖେଳ, ପ୍ରବନ୍ଧ ଲିଖନ ଭଳି ପ୍ରତିଯୋଗିତା ରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ପୁର୍ବ ବର୍ଷ ର ଦଶମ ଶ୍ରେଣୀର ବ୍ଲକ ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଚନ୍ଦନ ବୁରୁଡ଼ି କୁ ସମ୍ମାନୀତ କରିବା ପରେ ସାଂସ୍କୃତିକ କାର୍ଯ୍ଯକ୍ରମ ଆରମ୍ଭ ହୋଇଥଲା। ଏଥିର ସଭା ପରିଚାଳନା କରିଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡଃ ଅଶୋକ କୁମାର ମହାନ୍ତି। ଶେଷରେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଯୋଗ ଦାନ କରିଥିବା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

9
1327 views