logo

ପାଗଳ କୁକୁର କାମୁଡ଼ାରେ ୧୨ ଜଣ ଗୁରୁତର!

ପାଗଳ କୁକୁର କାମୁଡ଼ାରେ ୧୨ ଜଣ ଗୁରୁତର!

ପାଟଣା:୨୧/୦୧- କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଆଜି ଏକ ପାଗଳା କୁକୁର ଆକ୍ରମଣ ରେ ଅଞ୍ଚଳରେ ଆତଙ୍କ ଖେଳାଇଛି। ଆଜି ସକାଳୁ ଏହି କୁକୁର ଟି ଉତ୍ପାତ ଆରମ୍ଭ କରିଥିଲା। ଏହି ପାଗଳା କୁକୁର ପ୍ରଥମେ ସକାଳୁ ସକାଳୁ ବେଗନା ଗ୍ରାମରେ 5 ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା। ଏହା ପରେ କୁକୁରଟି ଯେଉଁ ରାସ୍ତା ଦେଇ ଗଲା ରାସ୍ତାରେ ଯାହାକୁ ପାଇଲା କାମୁଡିଥିଲା। ଏହି ଆକ୍ରମଣ ରେ ସନ୍ଧ୍ୟା ସୁଦ୍ଧା ମୋଟ 12 ଜଣକୁ ଆକ୍ରମଣ କରି ଖଣ୍ଡିଆ ଖାବରା କରି ଦେଇଛି। ସମସ୍ତ ଗୁରୁତର ଓ ଆହତ ଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ଓ ଆହତ ବ୍ୟକ୍ତି ମାନେ ହେଲେ ସିଲୁ ନାଏକ(30),କ୍ରିସ୍ ନାଏକ (5),ଦିବ୍ୟସଚି ସେଠୀ (20), ଦୈତାରୀ ମହାନ୍ତ (40), ବନିତା ସେଠୀ(25), ସାଇ ଶ୍ରଦ୍ଧା ସେଠୀ(୩), ବର୍ଷା ରାଣୀ ମହାନ୍ତ(୨୦), ନିରୋୟାନ ଗିରୀ (୧.୯), ଅଜିତ ମୁଣ୍ଡା (୧.୬), ସକୁନ୍ତଳା ମହାନ୍ତ (27), ପପୁନ ନାଏକ (7), ହିମାଂଶୁ ଶେଖର ବିଶ୍ଵାସ (60), ବୋଲି ଜଣାପଡିଛି ।ସମସ୍ତ ଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

12
632 views