logo

ଦେଶ ପ୍ରେମୀଙ୍କ ମଉଡମଣୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ।

ଦେଶ ପ୍ରେମୀଙ୍କ ମଉଡମଣୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ
*********************
ବସନ୍ତ କୁମାର ପ୍ରଧାନ

ଭାରତୀୟ ଜାତୀୟ ଆନ୍ଦୋଳନ ତଥା ସ୍ବାଧୀନତା ଆନ୍ଦୋଳନ ରେ ଯେତେ ଜଣ ଦେଶ ପ୍ରେମୀ ସଂଗ୍ରାମୀ ଜୀବନ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଓଡ଼ିଶାର ସ୍ବାଧୀନ ଚେତା ବୀର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ନାମ ସର୍ବାଗ୍ରେ ଆସିଥାଏ l ମହାତ୍ମା ଗାନ୍ଧି ଙ୍କ ଭାଷାରେ,-ସେ ଥିଲେ ଦେଶ ପ୍ରେମୀଙ୍କ ମଉଡମଣୀ l ତାଙ୍କର ତ୍ୟାଗ, ନିଷ୍ଠା, କାର୍ଯ୍ୟ ଦକ୍ଷତା ଓ ବୀରତ୍ୱ ପାଇଁ ଆଜି ଏ ମାଟି ଧନ୍ୟ l ସେ ଥିଲେ ମାଟିର ମହକ, ବୀର ପୁଙ୍ଗବ l ଛାତ୍ର ଜୀବନରୁ ତାଙ୍କ ପ୍ରାଣରେ ଦେଶ ପ୍ରେମର ବୀଜ ଅଙ୍କୁରିତ ହୋଇଥିଲା l ଅସହଯୋଗ ଆନ୍ଦୋଳନ ରେ ଯୋଗ ଦେଇ ସେ ଦେଶ ପ୍ରେମର ବହ୍ନି ଜାଳି ଦେଇଥିଲେ l ଦେଶ ମାତୃକାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ସେ ଭୀଷ୍ମ ଶପଥ ନେଇଥିଲେ l ମହାତ୍ମାଗାନ୍ଧୀଙ୍କ ନରମପନ୍ଥୀ ଚିନ୍ତାଧାରାରୁ ସେ ବାଭାରି ଯାଇ ଚରମପନ୍ଥୀ ଚିନ୍ତାଧାରକୁ ଆପଣେଇ ଥିଲେ l ଟେକାର ଜବାବ ଇଟାରେ ଦେବା ର ନୀତିକୁ ସମର୍ଥନ କରୁଥିଲେ l ତାଙ୍କର ଆପ୍ତ ବାଣୀ ଥିଲା,-"ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି "l ଦେଶରୁ ଇଂରେଜ ମାନଙ୍କୁ ବିତାଡ଼ିତ କରିବା ପାଇଁ ସେ ସର୍ବଦା ଚିନ୍ତା କରୁଥିଲେ l ଇଂରେଜଶାସକ ଆଖିରେ ଧୂଳି ଦେଇ ସେ ଗୋପନରେ ଅନ୍ୟ ଦେଶକୁ ଚାଲିଯାଇଥିଲେ l ସେଠାରର ସେ ଭାରତୀୟ ଲୋକମାନଙ୍କୁ ଏକଜୁଟ କରି 'ଫର ର୍ୱାର୍ଡ ବ୍ଲକ 'ଗଠନ କରି ଥିଲେ l ତାଙ୍କ କର୍ମମୟ ଜୀବନ ଓ ବିରତ୍ୱର ଗାଥା ଭାରତ ଇତିହାସରେଲିପି ବଦ୍ଧ ହୋଇ ରହିଛି l
ସେହି ବୀର ପୁରୁଷଙ୍କ ଜନ୍ମ ୧୮୯୭ମସିହା ଜାନୁଆରୀ ୨୩ତାରିଖରେ କଟକ ସହରର ଓଡ଼ିଆ ବଜାରସ୍ଥିତ ବାସ ଭବନରେ ହୋଇଥିଲା l ତାଙ୍କ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀ ଙ୍କ ସେ ଥିଲେ ସୁଯୋଗ୍ୟ ସନ୍ତାନ l ତାଙ୍କ ବୀରତ୍ୱ ତଥା ଦେଶ ପ୍ରେମ ପାଇଁ ସେ ଚିରସ୍ମରଣୀୟ ପ୍ରତିଭା l ଉତ୍କକ ଜନନୀର ଯୋଗ୍ୟତମ ସନ୍ତାନ l ଜୟ ହିନ୍ଦ l

ବସନ୍ତ କୁମାର ପ୍ରଧାନ
ହରିହର ପୁର, ଛେଣ୍ଡିପଦା, ଅନଗୁଳ
ମୋବାଇଲ: 7735611484

12
586 views