logo

ଓକିଲ ମୋହରିର ଦିବସ ପାଳିତ

ବରଗଡ଼ ଜିଲ୍ଲା, ବରପାଲି ଓକିଲ ସଂଘର ସଭାଗୃହରେ ବରପାଲି ଆଡଭୋକେଟ କ୍ଲାର୍କ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଅତିଥି ଭାବେ ବରପାଲି ଓକିଲ ସଂଘ ସଭାପତି ଶ୍ରୀ ମନୋଜ କୁମାର ପଟ୍ଟନାୟକ ଓ ବରପାଲି ପ୍ରଥମ ଶ୍ରେଣୀ ବିଚାରପତି ମନ୍ଦିରା ମହାନ୍ତ ଯୋଗ ଦେଇ ବିଚାର ବିଭାଗୀୟ ପଦ୍ଧତି ରେ ଆଡଭୋକେଟ କ୍ଲାର୍କ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ସଭାରେ ସଭାପତିତ୍ଵ ସେବା ସାହୁ କରିଥିବା ବେଳେ ଅଶୋକ କୁମାର ବରା ଇ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ କୋର୍ଟ ଓ ତହସିଲ ପରିସରରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସଂଘର ବନମାଳୀ ଭୋସାଗର, ଉମାକାନ୍ତ ଗହୀର, ସଂଜୀବ ସାହୁ, ଠାକୁର ଦେବତା, କେଶବ ନାଗ, ଶିବ ଶଙ୍କର ମିଶ୍ର, କୈଳାସ ଦେହେରୀ, ପୂର୍ଣ୍ଣଚନ୍ଦ୍ର ମେହେର, ପ୍ରକାଶ ସାହୁ, ଶିବାଜୀ ସାହୁ, ଶେଷଦେବ ସାହୁ, ଯଶୋବନ୍ତ ଦେବତା,ରବି ରଥ,ସିତାରମ ପଧାନ,ଓ ଅନ୍ୟ ମାନେ ସହଯୋଗ ଓ ଉପସ୍ଥିତ ଥିଲେ

0
156 views