logo

ଝଡ ସୃଷ୍ଟିକାରୀ ହିନ୍ଦୁ - ହରିହର ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ଝଡ ସୃଷ୍ଟିକାରୀ ହିନ୍ଦୁ
******/******
ହିନ୍ଦୁ ଆହେ ହିନ୍ଦୁ
ତୁମେ ଝଡ ସୃଷ୍ଟିକାରୀ ହିନ୍ଦୁ
ଯେବେ ଲଙ୍ଘିଗଲ ସପ୍ତ ସିନ୍ଧୁ
ସାରା ଜଗତରେ ଚହଳ ପକାଇ
ସଭିଙ୍କର ହେଲ ବନ୍ଧୁ ।
ଆମେ ତବ ଶ୍ରୀଚରଣ ବନ୍ଦୁଁ । 0 l
କଦଳୀବାଡିରେ ଛକି ବସିଥିଲ
ଭେଟିବାକୁ ହନୁମାନ,
କହୁଥିଲେ ମାଆ ବିଲେ ଟା ଚଗଲା
ନାହିଁ ହିତାହିତ ଜ୍ଞାନ
ଗୁରୁଙ୍କୁ ପଚାରି ସବୁ ବୁଝିଗଲ
ବେଦବେଦାନ୍ତର ବିନ୍ଦୁ । ୧।
ସାପୁଆକେଳାର ଦେଶରୁ ବାହାରି
ଚିପିଦେଲ ନାଗନାଡି
ବେଦାନ୍ତ ତତ୍ତ୍ଵକୁ ଜଗତ ଜାଣିଲା
ତବ ପାଦତଳେ ପଡି
ଯୁବ ମାନସରୁ ଅପସାରିଦେଲ
ଅଜ୍ଞାନ ଅମା ଅଳନ୍ଦୁ।୨।
ଅମୃତ ସନ୍ତାନ ପତିତ ନୁହଇ
ସେ ତ ଜ୍ଞାନକଳ୍ପତରୁ
ସାରା ବସୁଧାକୁ କୁଟୁମ୍ବ ଯେ କହେ
ସେଇତ ଜଗତଗୁରୁ
ତନ୍ଦ୍ରା ତେଜି ଉଠ ଜାଗ୍ରତ ହୁଅ
ଗର୍ବରେ କୁହ ହିନ୍ଦୁ ।୩।

ହରିହର ମହାନ୍ତ
କୁଲାଡେରା, ମଣ୍ଡୁଆ, କେନ୍ଦୁଝର
ମୋବାଇଲ: 8328928793

2
909 views