logo

୨୩ ବର୍ଷରୁ କମ ସିକେ ନାଇଡ଼ୁ ଟ୍ରଫି ପାଇଁ ମନୋନୀତ ହେଲେ ଘସିପୁରାରର ସାଇ ସୁବ୍ରତ।

୨୩ ବର୍ଷରୁ କମ ସିକେ ନାଇଡ଼ୁ ଟ୍ରଫି ପାଇଁ ମନୋନୀତ ହେଲେ ଘସିପୁରାରର ସାଇ ସୁବ୍ରତ।

କେନ୍ଦୁଝର: ୧୮|୦୧, ସର୍ବଭାରତୀୟ ୨୩ ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳରେ ଘସିପୁରା ବ୍ଲକ ଖାଳିଆମେଣ୍ଟା ଗ୍ରାମର ନିଳାଦ୍ରୀ ବିହାର ଜେନାଙ୍କ ପୁଅ ସାଇସୁବ୍ରତ ଜେନା ସ୍ଥାନ ପାଇ ଅଞ୍ଚଳ ପାଇଁ ତଥା ସମଗ୍ର ଜିଲ୍ଲା ପାଇଁ ଗୌରବ ବୃଦ୍ଧି କରିଛନ୍ତି। ୨୦୨୫-୨୬ ସିକେ ନାଇଡୁ ଟ୍ରଫି ହରିଆନା ଓ ରାଜସ୍ଥାନ ବିପକ୍ଷରେ ଖେଳିବା ପାଇଁ ୨୩ ବର୍ଷରୁ କମ ଓଡିଶା ଦଳ ଗଠନ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଘସିପୁରାରର ସାଇ ସୁବ୍ରତ ଜେନା ଏଥିରେ ସ୍ଥାନ ପାଇଛନ୍ତି। ଯାହାକୁ ନେଇ ସମଗ୍ର ଜିଲାରେ ଖୁସିର ଲହରୀ ଖେଳି ଯାଇଛି। ଜିଲ୍ଲାରୁ ଏକମାତ୍ର ଖେଳାଳି ଭାବେ ସାଇସୁବ୍ରତ ମନୋନୀତ ହୋଇଥିବାରୁ ଜିଲ୍ଲା ତଥା ଆନନ୍ଦପୁର ଉପଖଣ୍ଡରେ ଖୁସି ପ୍ରକାଶ ପାଇଛି। ସାଇ ସୁବ୍ରତଙ୍କ ସଫଳତାକୁ ନେଇ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଶୁଭେଚ୍ଛା ଜଣାଇଛନ୍ତି। ସେହି ପରି ସାଇସୁବ୍ରତ ଘସିପୁରା ମା ମଙ୍ଗଳା କ୍ରିକେଟ କ୍ଲବରେ ଜଣେ ନିୟମିତ ସଦସ୍ୟ ଥିବାବେଳେ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମକୁ ନେଇ ମା ମଙ୍ଗଳା କ୍ରିକେଟ କ୍ଲବର ସଭାପତି ପ୍ରସନ୍ନଜିତ ପଟ୍ଟନାୟକ, ସମ୍ପାଦକ ନାରାୟଣ ସାହୁ, କ୍ଲବ ସଦସ୍ୟ ମାନସ ସାହୁ, ଜ୍ୟୋତିର୍ମୟ ଦାସ, ଦୀପକ ଜେନା, ଦାମୋଦର ସାହୁ, ବାଣୀପ୍ରୀତି ପଣ୍ଡା ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସାଇସୁବ୍ରତ ମା ମଙ୍ଗଳା କ୍ଲବ ପକ୍ଷରୁ ବିଭିନ୍ନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରତିଭା ପ୍ରଦର୍ଶନ କରି ପ୍ରଶଂସିତ ହେବାର ନଜିର ରହିଛି। ତାଙ୍କର ଏହି ସଫଳତା ଆନନ୍ଦପୁର ଉପଖଣ୍ଡ ସମେତ ଘସିପୁରା ଅଞ୍ଚଳ ତଥା ସମଗ୍ର ଜିଲ୍ଲାରେ ଖୁସି ପ୍ରକାଶ ପାଇଛି। ତାଙ୍କର ଏହି ସଫଳତାରେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

12
709 views