logo

ବିକଶିତ ଭାରତ ଗଠନର ଏକ ସଂକଳ୍ପ ଭିବି-ଜିରାମ ଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

ବିକଶିତ ଭାରତ ଗଠନର ଏକ ସଂକଳ୍ପ ଭିବି-ଜିରାମ ଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

ବିକଶିତ ଭାରତ ଗଠନର ଏକ ସଂକଳ୍ପ ଭିବି-ଜିରାମ ଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ସଭାଗୃହରେ ଭିବି-ଜିରାମ ଜି ବିକଶିତ ଭାରତ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ବଡଚଣା ତଥା ଭିବି- ଜିରାମ ଜି ର ରାଜ୍ୟ ଟୋଲୀ ର ସଦସ୍ୟ ଶ୍ରୀଯୁକ୍ତ ଅମର ନାୟକ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ବିକଶିତ ଭାରତ ଭିବି-ଜିରାମ ଜି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଉଦେଶ୍ୟ ଶ୍ରମିକଙ୍କ ଭିବି-ଜିରାମ ଜି ଯୋଜନାରେ ଜବ କାର୍ଡ ଧାରୀଙ୍କୁ ୧୦୦ ଦିନ କମ ବଦଳରେ ଏବେ ୧୨୫ ଦିନକୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି । ସେହିପରି ବନାଞ୍ଚଳ ଅନୁସୂଚିତ ଜନଜାତି ଶ୍ରମିକଙ୍କୁ ୨୫ ଦିନର ଅତିରିକ୍ତ ନିଯୁକ୍ତି ପ୍ରଦାନ କରାଯିବ। ତାହା ସହିତ ୭ ଦିନରେ ମଜୁରୀ ପୈଠ ସହିତ ୧୫ ଦିନ ମଧ୍ୟରେ କାମ ନ ପାଇଲେ ସେମାନଙ୍କୁ ବେକାରୀ ଭତ୍ତା ମିଳବ, ଗ୍ରାମିଣ ବିକାଶ ଏବଂ କଲ୍ୟାଣ କୁ ପ୍ରୋତ୍ସାହିତ କରୁଥିବା ଉତ୍ପାଦକ ଏବଂ ସ୍ଥାୟୀ ଗ୍ରାମୀଣ ସମ୍ପତ୍ତି ନିର୍ମାଣ ଉପରେ ବିଶେଷ ଧ୍ୟାନ ରହିବା ସହିତ ଏକ ନୂତନ ଗ୍ରାମୀଣ ବିକାଶ ଢାଞ୍ଚା ରହିଛି। ସେହିପରି ମୁଖ୍ୟ କୃଷି ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ ଆଦି
ଯୋଜନା ଗୁଡିକ ସମ୍ପର୍କରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ବିଧାୟକ ଅମର ନାୟକ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଡା. ଫୋକିର ମୋହନ ନାଏକ, ରାଜ୍ୟ ସମ୍ପାଦିକା ମମତା ସିଂ, ଆନନ୍ଦପୁର ବିଧାନସଭା ନେତା ଆଲୋକ ସେଠୀ, ଘସିପୁରା ବିଧାନସଭା ନେତା ଡ଼ଃ. ଶମ୍ଭୁନାଥ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ତଥା ଭିବି-ଜିରାମ ଜି ର ଜିଲ୍ଲା ସଂଯୋଜକ ଅନୁବ୍ରତ ବେହେରା, ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ ମଞ୍ଚାସିନ ହୋଇଥିଲେ। ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ ସାମ୍ବାଦିକ ସମ୍ମିଳନୀ କୁ ପରିଚାଳନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ପରେ ଜିଲ୍ଲା ର ସମସ୍ତ ସାଙ୍ଗଠାନିକ ମଣ୍ଡଳ ର ସଭାପତି, ଜିଲ୍ଲା ପଦାଧିକାରୀ ଏବଂ ଭିବି-ଜିରାମ ଜି ର ମଣ୍ଡଳ ସ୍ତରର ସଂଯୋଜକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସାଧାରଣ ସମ୍ପାଦିକା ଯଶସ୍ୱିନୀ ବଳ, ଜିଲ୍ଲା ସାଧାରଣ ସମ୍ପାଦକ ଅଗନୁ ମହାନ୍ତ, ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ ମହାନ୍ତ, ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

9
780 views