
ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ସଫଳତା।
ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ସଫଳତା।
କେନ୍ଦୁଝର, ୧୮/୦୧- ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ରମାଦେବୀ ବିଶ୍ଵବିଦ୍ୟାଳୟଠାରେ ଜାନୁଆରୀ ୧୬ ଓ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂଆ ଉଦ୍ୟମ କାର୍ଯ୍ୟକ୍ରମରେ ସରକାରୀ ମହିଳା ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ଶ୍ରୀୟା ପ୍ରଧାନ ସଫଳତା ଲାଭ କରିଛନ୍ତି । ଏହି କୃତୀ ଛାତ୍ରୀଙ୍କୁ ପ୍ରତ୍ୟକ୍ଷ ଭାବେ ଦିଗ୍ ଦର୍ଶନ ଦେଇଛନ୍ତି କମ୍ପ୍ୟୁଟର ସାଇନ୍ସ ବିଭାଗର ଅଧ୍ୟାପିକା ଭାର୍ଗବୀ ମହାନ୍ତ ଏବଂ ଏହି ବିଜ୍ଞାନଭିତ୍ତିକ ପ୍ରକଳ୍ପକୁ ପ୍ରଦର୍ଶିତ କରିବା ପାଇଁ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ସଂଯୋଜିକା ଡକ୍ଟର ପ୍ରୀତିମଞ୍ଜରି ମିଶ୍ର ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁ ଛାତ୍ରୀଙ୍କୁ ସ୍ବାଗତ କରିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ଉଦ୍ଦେଶ୍ୟରେ ଛାତ୍ରୀଙ୍କ ଉତ୍ତରତ୍ତୋର କାମନା କରି କହିଛନ୍ତି ଯେ ଆମ ମହାବିଦ୍ୟାଳୟର ତଥା କେନ୍ଦୁଝର ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଏ ଯୁବ ବୈଜ୍ଞାନିକଙ୍କ ପାଇଁ । ଏହି ସଫଳତା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଛାତ୍ରୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ପ୍ରଦାନ କରିବା ସହ ଆଶୀର୍ବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯୁବକଯୁବତୀଙ୍କ ନବ ଭାବନା, ସୃଜନଶୀଳତା ଓ ଉଦ୍ୟମକୁ ପ୍ରୋତ୍ସାହନ ଦେବା । ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀମାନେ କୃଷି, ସ୍ବାସ୍ଥ୍ୟ, ପରିବେଶ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅପୂର୍ବ କୌଶଳ ଓ ସ୍ୱୟଂରୋଜଗାର ସମ୍ବନ୍ଧୀୟ ନବ ନବ ବୁଦ୍ଧିମତା ପ୍ରଦର୍ଶନ କରିଥିଲେ । ତାଙ୍କର ନୂଆ ଚିନ୍ତାଧାରା ଓ ବ୍ୟାବହାରିକ ପରିକଳ୍ପନା ନ୍ୟାୟାଧୀଶମଣ୍ଡଳୀଙ୍କୁ ବେଶ ପ୍ରଭାବିତ କରିଥିଲା । ବାସ୍ତବତାର କଥା ଏହା ଯେ ଶ୍ରେଷ୍ଠ ଦଶଗୋଟି ପ୍ରକଳ୍ପ ମଧ୍ୟରେ ସରକାରୀ ମହିଳା ମହାବଦ୍ୟାଳୟର ଛାତ୍ରୀ ସୁଶ୍ରୀ ଶ୍ରୀୟା ପ୍ରଧାନଙ୍କୁ ଚୟନ କର୍ତ୍ତାମାନେ ଭୂୟସୀ ପ୍ରଶଂସା କରିଥିଲେ ଓ ପୁରସ୍କାର ସ୍ୱରୂପ ପ୍ରମାଣ ପତ୍ର ଓ ଆର୍ଥିକ ସହାୟତା ପୂର୍ବକ ପାଞ୍ଚ ଲକ୍ଷ ଟଙ୍କା ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବିଂଶୀ ସୁରଜ୍ ପ୍ରଦାନ କରିଥିଲେ ଓ ପ୍ରକଳ୍ପ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ପାଇଁ ଆଶୀର୍ବାଦ କରିବା ସହ ଆବଶ୍ୟକୀୟ ସରଞ୍ଜାମ ସରକାରଙ୍କ ପକ୍ଷରୁ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପୂର୍ବରୁ ଧରଣୀଧର ବିଶ୍ଵବିଦ୍ୟାଳୟ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପାଞ୍ଚଜଣ ଛାତ୍ରଛାତ୍ରୀଙ୍କ ଭିତରେ ମନୋନୀତ ହେବା ସହ ମାନପତ୍ର, ଉପଢୌକନ ଓ ଏକ ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିଲା । ଏଥି ସହିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଆୟୋଜିତ ସଭାରେ ବକ୍ତାମାନେ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଯୁବପିଢ଼ୀଙ୍କୁ ନିଜେ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ ଓ ସେମାନେ ରାଜ୍ୟର ଅର୍ଥନୈତିକ ଉନ୍ନତିରେ ଏକ ଏକ ମୁଖ୍ୟ ଅବଦାନ ହୋଇ ବାହାରିବେ । ଏହି ସଫଳତା ରାଜ୍ୟରେ ନବ ସୃଜନ ଓ ନୂଆ ଉଦ୍ୟମ ପାଇଁ ଏକ ନୂଆ ଦିଗ ଖୋଲିଦେଇଛି ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ଅଧ୍ୟକ୍ଷ
ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝର
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।