logo

ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ମହୋସ୍ତବ ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା,୧୭.୧.୨୬(ଏ.ଆଇ.ଏମ.ଏ) : ଖୋର୍ଦ୍ଧା ଜ଼ିଲ୍ଲା ଭୂଷଣ୍ଡପୁର ସ୍ଥିତ ଜେ.ବି.ଜି କଲୋନୀ ଠାରେ ପ୍ରଭୁ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ହେବାକୁ ଯାଉଛି l ଏହି ଅବସରରେ ଆଜି ନବ ନିର୍ମାଣ ମନ୍ଦିର ପରିସର ମଧ୍ୟରେ ସମାଜସେବୀ ସୁଦୀପ ମଣ୍ଡଳଙ୍କ ପୌରାହିତ୍ୟ ରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଅଛି l ଏହି ବୈଠକ ରେ ବିଶିଷ୍ଟ ସମାଜସେବୀ ଡ ସଞ୍ଜୟ ପଟ୍ଟନାୟକ, ସରପଞ୍ଚ ସୌରଭ ଦାସ ମହାପାତ୍ର, ନିର୍ମଳମାଳି, ଅରୁଣଚନ୍ଦ୍ରସାନା,ଖଗେନ୍ଦ୍ର ମଣ୍ଡଳ, ସାଧନ ଦାସ, ବଲରାମ ଦାସ,ଜଗଦିଶ ବାରୋଇ,ଅଶ୍ୱିନୀ ମଣ୍ଡଳ, କାଳିପଦ ମଣ୍ଡଳ, ଶିବପ୍ରସାଦ ପରିଡା,କାଁହୁ ପରିଡା
ବାଇଧର ମହାରଣା,ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀ ଯୋଗ ଦେଇ ପ୍ରତିଷ୍ଠା ଦିବସ ସମାରୋହ କୁ ସରସ ସୁନ୍ଦର କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସୁଜିତ କୁମାର ମଣ୍ଡଳ, ସାଧାରଣ ସମ୍ପାଦକ ତାପସ କୁମାର ମଣ୍ଡଳ, କୋଷାଧକ୍ଷ ଉତ୍ତମ କୁମାର ଦାସ, ଉପ ସଭାପତି ସୀତାନାଥ ଦାସ, ବିଶ୍ୱନାଥ ଦାସ ଓ ଯୁଗ୍ମ ସମ୍ପାଦକ ନବ କୁମାର ଦାସ ବୈଠକ ରେ ଉପସ୍ଥିତ ଥିଲେ l ଆସନ୍ତା ୨୦ ତାରିଖରେ ଅଙ୍କୁରରୋପଣ, ୨୧ ତାରିଖରେ କଳସ ଯାତ୍ରା, ତିନି ଦିନ ଧରି ଶ୍ରୀ ଅମୂତା ନନ୍ଦ ମହାରାଜ ଙ୍କ ପ୍ରବଚନ ସହ ୨୨ ତାରିଖରେ ରାଜ୍ୟ ଓ ରାଜ୍ୟ ବାହାରୁ ୧୨୧ ସାଧୁ ସନ୍ଥ ଙ୍କ ଆଗମନ ସହ ସ୍ୱତନ୍ତ୍ର ପ୍ରବଚନ l ୨୩ ତାରିଖରେ ଠାକୁରଙ୍କ ନଗର ପରିଭ୍ରମଣ, ସିଂହାସନ ଆରୋହଣ ସହ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବାର ମନ୍ଦିର ପରିଚାଳନା କମିଟି ରୁ ସୂଚନା ମିଳିଛି l ଏହି ଅବସରରେ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ୩ ଦିନ ଧରି ମୀନା ବଜ଼ାର ଉପଭୋଗ କରିବାର ବ୍ୟବସ୍ଥା କରାଯାଇଛି l

0
0 views