logo

ଧନେଶ୍ୱର ବାବାଙ୍କ ଦର୍ଶନ ଲାଗି ଧାନବେଣୀରେ ଲାଗିଛି ଭକ୍ତଙ୍କ ଭିଡ଼।

(*ଧନେଶ୍ୱର ବାବାଙ୍କ ଦର୍ଶନ ଲାଗି ଧାନବେଣୀରେ ଲାଗିଛି ଭକ୍ତଙ୍କ ଭିଡ଼ )*

ହରିଚନ୍ଦନପୁର: ୧୬/୦୧, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଧାନବେଣୀ ଗ୍ରାମରେ ଏକ ବିରାଟ ପଥର ଉପରେ ଥିବା ବାବା ଧନେଶ୍ୱର ମହାଦେବଙ୍କ ଦର୍ଶନ ଲାଗି ଧାନବେଣୀରେ ଲାଗିଚି ଭକ୍ତଙ୍କ ଭିଡ଼। ଆଗରୁ ଏହି ମେଳା ତିନିଦିନ ଯାତ୍ରା ହେଉଥିବା ବେଳେ ଏବେ ୭ ଦିନରୁ ଉର୍ଦ୍ଧ୍ବ ପାଳନ ହେଉଛି। ଏହି ମକର ମେଳାରେ ପ୍ରଭୁ ଧନେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳରୁ ତଥା ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ଆସିଥାନ୍ତି। ବିଶ୍ୱାସ ରହିଛି, ଯିଏ ବାବାଙ୍କ ଠାରେ ମାନସିକ କରିବ ତାହା ପୂରଣ ହୋଇଥାଏ ବୋଲି ଭକ୍ତ ମାନେ ଏହି ପବିତ୍ର ସ୍ଥାନକୁ ମାନସିକ କରିବା ପାଇଁ ଧାଇଁ ଆସନ୍ତି। ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଲମ୍ବା ଧାଡି ଲାଗିଥାଏ। ଏହି ଅବସରରେ ମିନା ବଜାର ଯାତ୍ରା ସହିତ ବିଭିନ୍ନ ପ୍ରକାର ଦଳି ବସିଥାଏ। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ ଏହି ମେଳା ବହୁ ପୁରାତନ କାଳରୁ ହୋଇ ଆସିଥିବା ବେଳେ ବାବାଙ୍କୁ ଶ୍ରଦ୍ଧାଳୁମାନେ ସୁରକ୍ଷିତ ଦର୍ଶନ ପାଇଁ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପାହାଚ ଏବଂ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ। ଭକ୍ତ ମାନେ ବିପଦ ପୂର୍ଣ୍ଣ ଭାବେ ଠାକୁରଙ୍କୁ ଦର୍ଶନ କରିଥାନ୍ତି।କେତେବେଳେ ଯେ ଅଘଟଣ ଘଟିବ ତାହା କହି ହେବ ନାହିଁ! ପୂର୍ବରୁ ଏଠାରେ କିଛି ବ୍ୟକ୍ତି ଦର୍ଶନ କରିବା ପାଇଁ ଆସିବା ସମୟରେ ଅସାବଧାନତା ଓ ସୁରକ୍ଷିତ ବ୍ୟବସ୍ଥା ନଥିବା ଯୋଗୁଁ ଅକାଳରେ ପ୍ରାଣ ହରାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟି ରଖି ତୁରନ୍ତ ଜିଲ୍ଲା ପ୍ରଶାସନ ତଥା ନୂତନ ରାଜ୍ୟ ବିଜେପି ସରକାର ପାହାଚ ତଥା ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି। ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଏଇ ମନ୍ଦିର ଦାୟିତ୍ୱ ବୁଝିବା ସହିତ ଏହାର କେମିତି ପାହାଚ କିମ୍ବା ରେଲିଙ୍ଗ ହବ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀ ଙ୍କ ସହିତ ଆଲୋଚନା କରି ବାବା ଧନେଶ୍ୱର ଙ୍କ ପୀଠ ର ଯେମିତି ଉର୍ନ୍ନତି ହେବ କଥା ଦେଇଛନ୍ତି। ଦେଖିବା ବାକି ରହିଲା ବିଗତ ସରକାର ସମୟରେ ଗୋଟେ ମୁଖ୍ୟ ଫାଟକ ହେଇଛି, ଆମ ସରକାର କଣ କରୁଛନ୍ତି! ଦେଖିବା ବାକି ରହିଲା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଓ ଆମ ପ୍ରିୟ ସାଂସଦ ଅନନ୍ତ ନାୟକ ମହୋଦୟ, ଆମ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଫକୀର ମୋହନ ମହୋଦୟ ଙ୍କୁ ବକ୍ସିବାରୀଗାଁ ପଞ୍ଚାୟତ ଓ ଜୁଙ୍ଗା ଗ୍ରାମପଂଚାୟତ ବାସି ଅନୁରଧ କରିଛନ୍ତି। ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କ ମାଧ୍ୟମରେ ସମସ୍ତଙ୍କର ଆଶା ବିଶ୍ୱାସ ଏବେ ନିହାତି ଆମ ମନ୍ଦିର ର ଉନ୍ନତି ମୂଳକ କାର୍ଯ୍ୟ ହବ ବୋଲି ଆଶା ଓ ବିଶ୍ୱାସ। ଦେଖିବା ବାକି ରହିଲା ପୂର୍ବ ସରକାର ପ୍ରତିଶ୍ରୁତି ଦେଇ ମଧ୍ୟ ପାଣି ଗାର ହେଇଗଲା। ଆମ ବିଜେପି ସରକାର ଓ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କ ଜରିଆରେ ଉନ୍ନତି ହବ ବୋଲି ଆଶା ଓ ବିଶ୍ୱାସ ରହିଛି।

ଶୂନ୍ଯ ରଞ୍ଜନ ଘଣାଙ୍କ ରିପୋର୍ଟ।

23
1235 views